ଦୁଇ ଦିନିଆ କ୍ଳଷ୍ଟର କର୍ମଶାଳା ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ , ପିଣ୍ଡାଙ୍ଗି ‘କ’ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁକାନ୍ତ ଦିଗାଲଙ୍କ ପରିଚାଳନାରେ ଚଳିତ ମାସ 12 ରୁ 13 ତାରିଖ ପର୍ଯ୍ୟନ୍ତ ଦୁଇ ଦିନିଆ କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା ଅନୁଷ୍ଠିତ ହୋଇଥିଲା | ଏହି କର୍ମଶାଳା ରେ ପିଣ୍ଡାଙ୍ଗି ‘କ’ କ୍ଲଷ୍ଟର ଅଧିନସ୍ଥ 8 ଟି ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଗୀତାଞ୍ଜଳି କଁହର, ଶରତ ଚନ୍ଦ୍ର କଁହର, ମିତା ମଲିକ, ରାଜତିଲକ ଦିଗାଲ, ମନୋରଞ୍ଜନ ସାହୁ, କବିରାଜ ବିଶ୍ୱାଳ, ସୌତିଶ ପ୍ରଧାନ, ନିହାର ରଞ୍ଜନ ପାତ୍ର, ଅକ୍ଷୟ ପାତ୍ର, ଗୋପାଳ ଦିଗାଲ, ଦିବ୍ୟା ଭାରତୀ ପ୍ରଧାନ, ସୁଗ୍ରୀବ ପ୍ରଧାନ, ଜିତୁକାନ୍ତ ବେହେରା, ସ୍ବର୍ଣ୍ଣଲତା ପାତ୍ର ଅତି ସୁନ୍ଦର ଭାବେ ନିଜ ନିଜ ଦକ୍ଷତା ପ୍ରଦର୍ଶନ କରିଥିଲେ |ଏହି କର୍ମଶାଳା ରେ ଭୃଙ୍ଗିଯୋଡ଼ି ଆଞ୍ଚଳିକ ସାଧନ ସଂଯୋଜକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଉତ୍ସାହିତ କରିଥିଲେ |ଏହି କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା ଫିରିଙ୍ଗିଆ ବ୍ଲକ ଶିକ୍ଷା ଅଧିକାରୀ ବିନୋଦ ବିହାରୀ ଦିଗାଲ ଏବଂ ଜିଲ୍ଲା ଶିକ୍ଷା ତାଲିମ୍ ଅନୁଷ୍ଠାନ ଟିକାବାଲି ର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ସୁବାଷ ବେହେରା ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା |ଶ୍ରେଣୀ ଗୃହରେ ଗୁଣାତ୍ମକ ଶିକ୍ଷଣ ଶିକ୍ଷାଦାନ ପାଇଁ ଶିକ୍ଷଣ ସାମଗ୍ରୀ ବହୁ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଥାଏ |ଶିକ୍ଷାର୍ଥୀ ମାନେ ନିଜେ ନିଜେ ଶିକ୍ଷଣ ସାମଗ୍ରୀ ବ୍ୟବହାର କରି ଗୁଣାତ୍ମକ ଶିକ୍ଷା ଲାଭ ସହଜରେ କରିଥାନ୍ତି | ଏହି କର୍ମଶାଳା ଦ୍ୱାରା ଶିକ୍ଷକ ଶିକ୍ଷୟିତ୍ରୀ ନିଜ ନିଜ ବିଦ୍ୟାଳୟ ରେ ଶିକ୍ଷଣ ଫଳାଫଳ ଏବଂ ଦକ୍ଷତା ଆଧାରିତ ଶିକ୍ଷଣ ସାମଗ୍ରୀ ବନାଇବା ପାଇଁ ଅଧିକ ଉତ୍ସାହିତ ହେବେ, ଯାହାକି ଶିକ୍ଷାର୍ଥୀଙ୍କ ଗୁଣାତ୍ମକ ଶିକ୍ଷାରେ ଏବଂ ଶିକ୍ଷକଙ୍କ ଗୁଣାତ୍ମକ ଶିକ୍ଷାଦାନ ରେ ସହାୟକ ହେବ ବୋଲି ଆଞ୍ଚଳିକ ସାଧନ ସଂଯୋଜକ ସୁକାନ୍ତ ଦିଗାଲ ମତବ୍ୟକ୍ତ କରିଥିଲେ |

nis-ad
Leave A Reply

Your email address will not be published.