ଛାତ୍ରଛାତ୍ରୀମାନଙ୍କୁ ନେଇ ଡେଙ୍ଗୁ ସଚେତନତା ପଦଯାତ୍ରା

ବାଲିମେଳା(୧୩/୦୮): ବାଲିମେଳା ସହରରେ ଓ ଆଖପାଖ ଅଞ୍ଚଳରେ ୧୦୦ରୁ ଅଧିକ ଲୋକ ଡେଙ୍ଗୁ ରୋଗରେ ଆକ୍ରାନ୍ତ ବିଷୟରେ ଜାଣିବା ପରେ ସେମାନଙ୍କ ଆଶୁ ଆରୋଗ୍ୟ ନିମନ୍ତେ ସହଯୋଗ ଟିମ୍ (ଦି ହେଲପିଂ ହାଣ୍ଡ) ର ସଦସ୍ୟ ମାନେ ଅନେକଙ୍କୁ ରକ୍ତ ଦେବା ବ୍ୟବସ୍ଥା କରିଥଲେ l ବାଲିମେଳା ଠାରୁ ଅନେକ ରୋଗୀ ଚିକିତ୍ସା ନିମନ୍ତେ ମାଲକାନଗରି ଜିଲ୍ଲା ସଦର ମହକୁମା ଡାକ୍ତରଖାନା କୁ ମଧ୍ୟ ଯାଇଥିବା ଡାକ୍ତର ମହୋଦୟ ପ୍ରକାଶ କରିଥିଲେ l ଏ ସମସ୍ତ ବିଷୟରେ ତଥ୍ୟ ଏକତ୍ରିତ କରି ସହଯୋଗ ଟିମ୍ ର ସମ୍ପାଦକ ଶ୍ରୀ ଟୁକୁଲୁ ପ୍ରଧାନ ଏକ ଜରୁରୀ ବୈଠକ ଡାକି ବର୍ତ୍ତମାନର ସମସ୍ୟା ଓ ଜନସଚେତନ ବିଷୟରେ ସମସ୍ତଙ୍କ ମତ ନେଇଥିଲେ l ବୈଠକ ନିଷ୍ପତ୍ତି ଅନୁଯାୟୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ମାନଙ୍କ ଦ୍ଵାରା ଏକ ପଦଯାତ୍ରା ବାଲିମେଳା ନଗରର ପ୍ରତ୍ୟେକ କଲୋନୀ ଓ ବସ୍ତି ଅଞ୍ଚଳ ବୁଲି ଜନସାଧାରଣଙ୍କୁ ମଶାରୀ ଲଗାଇ ଶୋଇବା, ଜ୍ଵର ହେଲେ ଡାକ୍ତରଖାନା ଯାଇ ପରୀକ୍ଷା କରିବା, ଘର ନିକଟରେ ଅଳିଆ ଆବର୍ଜନା ଜମା ନ କରିବା, ସ୍ବଚ୍ଛତା ସାଥିଙ୍କ ହ୍ନୁ ସହଯୋଗରେ ଜମା ଆବର୍ଜନା ସଫା କରିବା, ଓଦା ଓ ପନିପରିବା , ପ୍ଲାଷ୍ଟିକ ଓ ପୁନଃ ବ୍ଯବହାର କ୍ଷମ ଜିନିଷ ଅଲଗା ରଖି ସ୍ୱଚ୍ଛତା ଗାଡ଼ିରେ ପ୍ରତିଦିନ ଦେବା, ଜମା ପାଣି ପାତ୍ର କୁ ଖାଲି କରିବା, ବର୍ଷା ପାଣି ଜମି ନହେବା ନିମନ୍ତେ ଯତ୍ନବାନ ହେବା ଇତ୍ୟାଦି l ଏହି କାର୍ଯ୍ୟକ୍ରମକୁ କୁମାରୀ ସୁଧାସିନି ମହାରଣା ପରିଚାଳନା କରିଥିବା ବେଳେ ଦୀପକ କୁମାର୍ ଦାସ, ଘନ ଶ୍ୟାମ ବେହେରା ସହଯୋଗ କରିଥଲେ l ପି ସରୋଜିନୀ ଚନ୍ଦ୍ରାନ ବିଜ୍ଞାପିତ ଅଂଚଳ ପରିଷଦ ଓ ସ୍ଵାସ୍ଥ୍ୟ ବିଭାଗ, ସ୍ଵଛ ସାଥୀ ମାନଙ୍କୁ ସଂପର୍କ ଓ ସଂଯୋଜନା ରେ ମୁଖ୍ୟ ଦାଇତ୍ଵ ନେଇଥିବା ପ୍ରକାଶ l ସମସ୍ତ ଙ୍କୁ ଶେଷରେ ଦୀପକ ଦାସ ସ୍ୱଳ୍ପହାର ଦେଇଥିଲେ l ଶେଷରେ ଗୋପି ପୂଜାରୀ କ୍ଳବ୍ ରେ ଏକ ସଭା ଆୟୋଜନ କରାଯାଇଥିଲା ,ସେଠାରେ ସ୍ବାସ୍ଥ୍ୟ ବିଭାଗର ପ୍ରସନ୍ନ ସାର ଓ ଯୋଗ ଶିକ୍ଷକ ରାମ କୃଷ୍ଣ ଚୌଧୁରୀ ଯୋଗଦେଇ ସୁସ୍ୱାସ୍ଥ୍ୟ କିପରି ରକ୍ଷା କରିପାରିବା ବିଷୟରେ ଅତି ଜରୁରୀ ବିଷୟ ଦେଇଥିଲେ l ଶେଷରେ ଗୋପି ପୂଜାରୀ କ୍ଳବ୍ ସମ୍ପାଦକ ଟୁକୁଲୁ ପ୍ରଧାନ ଧନ୍ୟବାଦ ଦେଇଥିଲେ l
ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ମିଳିଥିବା ତଥ୍ୟ ମୁତାବକ ସାମ୍ପ୍ରତ୍ତିକ ସମୟରେ ଜିଲ୍ଲାରେ ସର୍ବମୋଟ ୧୩୯ ପଜିଟିଭ ଘଟଣା ରହିଥିବା ସ୍ଥଳେ କେବଳ ବାଲିମେଳା ବିଜ୍ଞାପିତ ଅଞ୍ଚଳରୁ ୧୭ ଜଣ ଡେଙ୍ଗୁ ରୋଗରେ ପିଡୀତ ଅଛନ୍ତି । ପ୍ରକାଶ ଥାଉ କି ବିଗତ ଦିନରେ ପ୍ରାୟ ୧୫୦ରୁ ଅଧିକ ଡେଙ୍ଗୁ ଆକ୍ରାନ୍ତ ରୋଗୀ ସୁସ୍ଥ ହେଲେଣି ।

nis-ad
Leave A Reply

Your email address will not be published.