ଛୁରାମାଡ଼ର ଶିକାର ହେବା ପରେ ଭେଣ୍ଟିଲେଟରରେ ସଲମାନ ରୁଶଦି, ଆଖି ପ୍ରତି ବିପଦ!

ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କରେ ଅନ୍ତର୍ଜାତୀୟ ଇଂରାଜୀ ସାହିତ୍ୟର ଜଣାଶୁଣା ଲେଖକ ସଲମାନ ରୁଶଦିଙ୍କୁ ଏକ କାର୍ଯ୍ୟକ୍ରମ ସମୟରେ ଶୁକ୍ରବାର ଛୁରାମାଡ଼ ହୋଇଛି । ସଲମାନ ରୁଶଦିଙ୍କୁ ନ୍ୟୁୟର୍କର ଏକ ହସ୍‌ପିଟାଲର ଭେଣ୍ଟିଲେଟରରେ ରଖାଯାଇଛି । ସର୍ଜରୀ ପରେ ତାଙ୍କର ଗୋଟିଏ ଆଖି ନଷ୍ଟ ହୋଇପାରେ । ରୁଶଦିଙ୍କ ଏଜେଣ୍ଟ ଆଣ୍ଡ୍ରୁ ୱେଲି କହିଛନ୍ତି ଯେ, ସେ ଏବେ କିଛି କହିପାରୁ ନାହାନ୍ତି ।

ନ୍ୟୁୟର୍କ ଟାଇମ୍ସ ଅନୁସାରେ ସଲମାନ ରୁଶଦି ସର୍ଜରୀ ପରେ ଗୋଟିଏ ଆଖି ହରାଇ ପାରନ୍ତି । ଏହା ବ୍ୟତୀତ ତାଭ୍‌କର ହାତର ଏକ ନାଡିରେ ମଧ୍ୟ ଆଘାତ ଲାଗିଛି । କୁହାଯାଉଛି ଯେ ଛୁରାମାଡ଼ର ଆଘାତ ଯୋଗୁଁ ରୁଶିଦଙ୍କ ଲିଭର ମଧ୍ୟ ପ୍ରଭାବିତ ହୋଇଛି । ଏହାରି ମଧ୍ୟରେ ନୁୟର୍କ ଗଭର୍ଣ୍ଣର କେଥୀ ହୋଚୁଲ ଙ୍କ ବୟାନ ଆସିଛି ।

ଗଭର୍ଣ୍ଣର କହିଛନ୍ତି ଯେ, ବଫେଲୋ ନିକଟରେ ଚୌଟାଉକ୍ୱାରେ କାର୍ଯ୍ୟକ୍ରମରେ ସାମିଲ ହେବା ସମୟରେ ଛୁରାମାଡ଼ ହୋଇଛି । ରୁଶଦିଙ୍କୁ ବାରମ୍ବାର ଛୁରୀରେ ଆକ୍ରମଣର ଶିକାର ହେଲା ପରେ ହେଲିକପ୍ଟର ଜରିଆରେ ହସ୍ପିଟାଲ ନିଆଯାଇଥିଲା । ରୁଶଦିଙ୍କ ଚିକିତ୍ସା ଜାରି ରହିଛି । ଆକ୍ରମଣକାରୀ ଗିରଫ ହୋଇଛି । ହାଦି ମାତର ନାଁରେ ୨୪ ବର୍ଷୀୟ ଯୁବକକୁ ପୁଲିସ ଗିରଫ କରିଛି ।

ତେବେ ଏତେ ବଡ଼ ମହାନ ଲେଖକଙ୍କୁ ଯେଉଁଭଳି ଭାବେ ଆକ୍ରମଣ କରାଗଲା, ଏମିତି କ’ଣ ବିବାଦ ରହିଛି ଯେ, ତାଙ୍କୁ ଆକ୍ରମଣ କରାଗଲା? ଏବାବଦରେ ନ୍ୟୁୟର୍କ ପୁଲିସ କିଛି କହି ନାହିଁ । କିନ୍ତୁ ରୁଶଦିଙ୍କ ବ୍ୟକ୍ତିଗତ ଜୀବନ ବିବାଦପୂର୍ଣ୍ଣ । ସୂଚନାଯୋଗ୍ୟ ତାଙ୍କୁ ହତ୍ୟା କରିବା ପାଇଁ ୧୯୮୯ ମସିହାରୁ ଧମକ ମିଳି ଆସୁଛି । ତେଣୁ ଶୁକ୍ରବାର ରୁଶଦିଙ୍କୁ ଆକ୍ରମଣ କରାଯିବା, ତାହା ମଧ୍ୟ ଏକ କାରଣ ହୋଇଥାଇ ପାରେ ।

nis-ad
Leave A Reply

Your email address will not be published.