୨୦ ଲକ୍ଷ ଟଙ୍କା ସହ ଏଟିଏମ ଲୁଟିନେଲେ ଲୁଟେରା

ସମ୍ବଲପୁର : ଏବେ ଏଟିଏମ ଲୁଟର ନୂଆ ତରିକା ଆପଣାଇଛନ୍ତି ଲୁଟେରାମାନେ । ପ୍ରଥମେ କେବଳ ଏଟିଏମରୁ ଟଙ୍କା ଲୁଟ କରୁଥିବା ବେଳେ ଏବେ ଟଙ୍କା ସହ ଏଟିଏମ ଲୁଟି ନେଉଛନ୍ତି ଲୁଟେରା । ପ୍ରଥମେ ଏଭଳି ଏକ ଘଟଣା ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଥିଲା ତ ଏବେ ପୁଣି ସମାନ ଘଟଣା ସମ୍ବଲପୁରରେ ଦେଖିବାକୁ ମିଳିଛି ।

ସୂଚନା ମୁତାବକ ଗୁରୁବାର ବିଳମ୍ବିତ ରାତିରେ ସମ୍ବଲପୁର- ଝାରସୁଗୁଡା ରାଜ୍ୟ ରାଜପଥ କଡ ମଝୀପାର୍ଲି ନିକଟରେ ଥିବା ଷ୍ଟେଟବ୍ୟାଙ୍କର ଏକ ଏଟିଏମକୁ ଲୁଟି ନେଇଛନ୍ତି । ପୋଲିସର ସୂଚନା ମୁତାବକ ଲୁଟେରାମାନେ ପୁରା ଏଟିଏମରୁ ତାଡି ନେଇଯାଇଛନ୍ତି । ଏହି ଏଟିଏମ ମଧ୍ୟରେ ୨୦ ଲକ୍ଷ ୬୭ ହଜାର ୫ ଶହ ଟଙ୍କା ଥିବା କଥା କୁହାଯାଇଛି । ଏହି ଘଟଣାକୁ ୩୬ ଘଂଟା ବିତି ଯାଇଥିଲେ ବି ଲୁଟେରାମାନଙ୍କର ଟେର୍ ପାଉନି ପୋଲିସ ।

କହିରଖୁ ଯେ ପୂର୍ବରୁ ଚିପ୍ ଲଗାଇ, ପିନ ଗେଞ୍ଜି କିମ୍ବା ପାତ ବ୍ୟବହାର କରି ଲୁଟେରାମାନେ ଏଟିଏମରୁ ଟଙ୍କା ଲୁଟି ନେଉଥିଲେ । ହେଲେ ଏବେ ଟଙ୍କା ପାଇଁ ସମ୍ପୂର୍ଣ୍ଣ ଏଟିଏମ ମେସିନ ତାଡି ନେବା ଭଳି ଘଟଣାରେ ରାଜ୍ୟରେ ଦ୍ୱିତୀୟଥର ପାଇଁ ଦେଖିବାକୁ ମିଳିଛି । ପ୍ରଥମେ ଧଉଳୀ ଥାନା ଶିଶୁପାଳଗଡ ସ୍ଥିତ ଏଟଏମକୁ ସମାନ ଢଙ୍ଗରେ ତାଡି ନେଇଥିଲେ ଲୁଟେରା । ଶିଶୁପାଳଗଡ ଏଟିଏମ ଲୁଟରେ ପୋଲିସକୁ ଆଖିଦୃଶିଆ ସଫଳତା ମିଳି ନଥିବା ବେଳେ ଏବେ ସମ୍ବଲ ପୁରରେ ଘଟିଥିବା ଏହି ଲୁଟ୍ ପୋଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଛି ।

nis-ad
Leave A Reply

Your email address will not be published.