କୋର୍ଟରେ ଜେରା ପାଇଁ ଆସିଲେନି ଅଭିନେତ୍ରୀ ବର୍ଷା

କଟକ: ଷ୍ଟାର ଦମ୍ପତ୍ତି ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ମାମଲା । କୋର୍ଟରେ ହାଜର ହେଲେ ନାହିଁ ବର୍ଷା । ଆଜି ବର୍ଷାଙ୍କୁ ଜେରା କରିବାକୁ ନିର୍ଦ୍ଦେଶ ଥିଲା । ମାତ୍ର ଜେରା ସମୟରେ କୋର୍ଟରେ ହାଜର ହୋଇନଥିଲେ ଅଭିନେତ୍ରୀ ବର୍ଷା ।

ବର୍ଷାଙ୍କ ପକ୍ଷରୁ ତାଙ୍କ ଓକିଲ ହାଜର ହୋଇଥିଲେ । ଅଗଷ୍ଟ ୧୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ । ଅନୁଭବଙ୍କ ସହ ଏକାଠି ରହିବା ପାଇଁ ମାମଲା ଦାଏର କରିଛନ୍ତି ବର୍ଷା । କଟକ ପରିବାର ଅଦାଲତରେ ମାମଲା ଦାଏର କରିଛନ୍ତି ବର୍ଷା ।

nis-ad
Leave A Reply

Your email address will not be published.