ସୁର ରାଉତରାୟଙ୍କୁ ରାକ୍ଷୀ ବାନ୍ଧିଲେ ଅଭିନେତ୍ରୀ ରାଣୀ ପଣ୍ଡା

ଭୁବନେଶ୍ବର: ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କୁ ରାକ୍ଷୀ ବାନ୍ଧିଛନ୍ତି । ରାଣୀଙ୍କୁ ପରାମର୍ଶ ଦେଇଛନ୍ତି ସୁର ରାଉତରାୟ । ବିଚଳିତ ହୁଅ ନାହିଁ ସ୍ଥିର ଚିତ୍ତରେ ସବୁ କାମ କର ବୋଲି ଭାଇ ହିସାବରେ ରାଣୀଙ୍କୁ ଶୁଭ କାମନା କରିଛନ୍ତି ।

ରାଣୀ ରାକ୍ଷୀ ବାନ୍ଧିବା ପରେ ସୁର ତାଙ୍କୁ ଆଶୀର୍ବାଦ ଦେବା ସହ ୫୦୦ ଟଙ୍କା ଉପହାର ଦେଇଛନ୍ତି । ତେବେ ଏହି ସବୁକୁ ରାଣୀ ପଣ୍ଡା ନିଜ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି ।

ଯେଉଁଥିରେ ହଜାର ହଜାର ଲାଇକ୍ ଓ କମେଣ୍ଟ ମଧ୍ୟ ଆସିଛି । ତେବେ ଆଜି ହେଉଛି ରାକ୍ଷୀ ପୁର୍ଣ୍ଣିମା । ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧି ଶୁଭକାମନା ମାଗେ । ଭାଇ ମଧ୍ୟ ଭଉଣୀକୁ ସବୁ ବେଳେ ସାହାର୍ଯ୍ୟ କରିବା ପାଇଁ କଥା ଦେଇଥାଏ ।

nis-ad
Leave A Reply

Your email address will not be published.