ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ପରେଡ ରିହର୍ସାଲ ଆରମ୍ଭ

ଭୁବନେଶ୍ୱର: 75ତମ ସ୍ୱାଧୀନତା ଦିବସ ଅବସରରେ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଆରମ୍ଭ ହୋଇଛି ପରେଡ ରିହର୍ସାଲ । ୩ଦିନ ଧରି ଚାଲିବ ଏହି ରିହର୍ସାଲ । ପରେଡ ପାଇଁ ଫୁଲଡ୍ରେସ୍ ରିହର୍ସାଲ ୧୩ତାରିଖରେ ଅନୁଷ୍ଠିତ ହେବ । ମୁଖ୍ୟ ବ୍ୟାଣ୍ଡକୁ ମିଶାଇ ୪ଟି ଟ୍ରୁପ ଏହି ପରେଡରେ ଅଂଶଗ୍ରହଣ କରିବେ ।

ସ୍କୁଲ, କଲେଜ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କୁ କରୋନା ପାଇଁ ଚଳିତବର୍ଷ ପରେଡରେ ଅଂଶ ଗ୍ରହଣ କରିବା ଓ ଦେଖି ଯିବାକୁ ବାରଣ କରାଯାଇଛି ।

ଚଳିତ ବର୍ଷ କେସିଙ୍ଗା ଏସଡିପିଓ ପରେଡର କମାଣ୍ଡର ଭାବରେ ଦାୟିତ୍ୱ ନେଇଛନ୍ତି । ଦେଶ ସ୍ୱାଧନତାର ଏହି ୭୫ ତମ ବର୍ଷ ସର୍ବଦା ସ୍ମରଣୀୟ ହୋଇ ରହିବ । ଏହି ଅମୃତ କାଳଖଣ୍ଡକୁ ସମଗ୍ର ଦେଶରେ ଭବ୍ୟ ଭାବେ ପାଳନ କରାଯିହବ ନେଇ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ରହିଛି । ଅଜାଦୀ କା ଅମୃତ ମହତ୍ସୋବ ନାମରେ ପାଳନ କରାଯାଉଥିବା ଉତ୍ସବକୁ ପୁରପଲ୍ଲୀରେ ପହଁଚାଇବା ନିମନ୍ତେ ମଧ୍ୟ ତ୍ରିରଙ୍ଗା ଯାତ୍ରା ଆରମ୍ଭ ହୋଇଛି । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଚଳିତ ବର୍ଷ ମାଗଣାରେ ଜାତୀୟ ପତାକା ପ୍ରଦାନ କରିବା ନିମନ୍ତେ ଘୋଷଣା କରାଯାଇଛି । ମିସନ ଶକ୍ତି ଗ୍ରୁପ ମାନେ ଜାତୀୟ ପତାକାକୁ ନିର୍ମାଣ କରିବା ସହ ପ୍ରଦାନ କରିବା ଦାୟିତ୍ୱ ନେଇଛନ୍ତି ।

nis-ad
Leave A Reply

Your email address will not be published.