ରକ୍ଷାବନ୍ଧନରେ ଜଗା ବାନ୍ଧିଲା ରାକ୍ଷୀ

ଫୁଲବାଣୀ -ଆଜି ହେଉଛି ପବିତ୍ର ରକ୍ଷା ବନ୍ଧନ l ଘରେ ଘରେ ପାଳିତ ହେଉଛି ଏହି ପର୍ବ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ଜୀବନ ସାରା ଭାଇ ଠାରୁ ସୁରକ୍ଷାର ବଚନ ନେଇଥାଏ l ସେହିପରି ଫୁଲବାଣୀ ରେ ଯୋଡ଼ା ମୁଣ୍ଡ ଶିଶୁ ଜଗା ହାତରେ ରାକ୍ଷୀ ବାନ୍ଧିଛି ତାର ସୁନା ଭଉଣୀ ସୁଭଦ୍ରା l ଜଗା ନିଜ ଭଉଣୀ ଠାରୁ ରାକ୍ଷୀ ବାନ୍ଧିବା ପରେ ବେଶ୍ ଖୁସି ଅନୁଭବ କରିଥିଲା l ଜଗାକୁ ଛାଡି କାଳିଆ ଚାଲିଯିବା ପରେ ଜଗା ଘରକୁ ସାନ ଭଉଣୀ ସୁଭଦ୍ରା ଆସିଥିଲା ତାକୁ ଦେଖି ଜଗା ବହୁତ ଖୁସି ହୋଇଥିଲା କାଳିଆ ର ବିୟୋଗ ପରେ ଜଗା ମନରେ ଦୁଖଃ ଥିଲା ଭଉଣୀ କୁ ପାଇ ଜଗା ସେହି ଦୁଃଖକୁ ଭୁଲି ଯାଇଥିଲା l ଆଜି ରକ୍ଷା ବନ୍ଧନରେ ଭଉଣୀ ହାତରୁ ରଖି ପିନ୍ଧି ଜାଗା ବେଶ୍ ଖୁସି ହୋଇ ଥିବା ଜଗା ର ମା ପୁଷ୍ପାଞ୍ଜଳି କହଁର ଓ ବାପା ଭୂୟାଁ କହଁର କହିଛନ୍ତି l

nis-ad
Leave A Reply

Your email address will not be published.