ଇଡି ଅଧିକାରୀଙ୍କୁ ଜେରା କରିବ କୋଲକାତା ପୁଲିସ

ଭୁବନେଶ୍ବର: ବ୍ୟବସାୟୀଙ୍କ ଠାରୁ ବଟି ଆଦାୟ କରିଥିବା ଅଭିଯୋଗରେ ଝାଡଖଣ୍ଡର ଓକିଲ ରାଜୀବ କୁମାରଙ୍କୁ ଗିରଫ କରିଛି କୋଲକାତା ପୁଲିସ । ବ୍ୟବସାୟୀଙ୍କ ନାଁରେ ଜନସ୍ୱାର୍ଥ ମାମଲା ରୁଜୁ କରି ଟଙ୍କା ହଡପ ଭଳି ସଙ୍ଗୀନ ଅଭିଯୋଗ ରହିଛି ରାଜୀବଙ୍କ ନାଁରେ ।

ବ୍ୟବସାୟୀଙ୍କୁ ମାମଲା ହଟାଇବା ପାଇଁ ବ୍ଲାକମେଲିଂ କରି ୧୦ କୋଟି ଟଙ୍କା ଦାବି କରିଥିବା ନେଇ ଥାନାରେ ମାମଲା ରୁଜୁ ହୋଇଥିଲା । ଏହାପରେ ପୁଲିସ ତତ୍ପରତା ଦେଖାଇ ୬୦ଲକ୍ଷ ଟଙ୍କା ସହିତ ରାଜୀବ କୁମାରଙ୍କୁ ଝାରଖଣ୍ଡରୁ ଗିରଫ କରିଛି । ଆଉ ରାଜୀବଙ୍କ ଲିଙ୍କରୁ ପଦାକୁ ଆସିଛି ଇଡି ଅଧିକାରୀଙ୍କ ସଂପୃକ୍ତି । ଯାହାକୁ ନେଇ ଭୁବନେଶ୍ୱରରେ ପହଂଚିଛି କୋଲକାତା ପୁଲିସ ।

କୋଲକାତା ପୁଲିସ ହାତରେ ଗିରଫ ହୋଇଥିବା ଓକିଲ ରାଜୀବ ଖୋଲିଥିଲେ, ଇଡି ଅଫିସରଙ୍କ ଅସଲ ମୁଖା । କୋଲକାତ ପୁଲିସଙ୍କ ସୂଚନା ଅନୁସାରେ ସୁବୋଧ କୁମାର ଓ ଗିରଫ ରାଜୀବ କୁମାରଙ୍କ ମଧ୍ୟରେ ହୋଇଥିବା ବାର୍ତାଳାପର ଅଡିଓ ଟେପ ପୁଲିସ ହାତରେ ଲାଗିଛି । ଏହାଛଡା ରାଜୀବଙ୍କ ଘରୁ ମିଳିଥିବା କଳା ଡାଏରୀରେ ମଧ୍ୟ ସୁବୋଧୀଙ୍କ ନାଁ ରହିଥିବା ଜଣାପଡିଛି । ତେବେ ଉଭୟଙ୍କ ଭିତରେ ଥିବା ସଂପର୍କର ଖୋଳତାଡ ପାଇଁ ଇଡିର ଉପନିର୍ଦ୍ଦେଶକ ସୁବୋଧ କୁମାରଙ୍କୁ ଜେରା କରିବା ପାଇଁ ଭୁବନେଶ୍ୱର ଆସିଛି କୋଲକାତା ପୁଲିସ । ହେଲେ ସୁବୋଧ ଛୁଟିରେ ରହିଥିବାରୁ ତାଙ୍କୁ ଜେରା କରିନପାରି ପୁଲିସ କୋଲକାତା ଫେରି ଯାଇଛି । ଆଗକୁ ସୁବୋଧଙ୍କୁ ଜେରା ପାଇଁ ପୁଣି ଭୁବନେଶ୍ୱର ଆସିବ ପୁଲିସ ।

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାକୁ ନେଇ ପ୍ରବର୍ତନ ନିର୍ଦ୍ଦେଶାଳୟ ମମତାଙ୍କ ସହଯୋଗୀଙ୍କ ପଛରେ ପଡିଛି । ଆଉ ଏତିକି ବେଳେ ସେହି ଇଡିର ଜଣେ ଅଫିସରଙ୍କ ପଛରେ କୋଲକାତା ପୁଲିସ ପଡିବାକୁ ନେଇ ଭିନ୍ନ ଚିତ୍ରଣ କରାଯାଉଛି ।

nis-ad
Leave A Reply

Your email address will not be published.