ଦେଢ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡିଲେ କୃଷି ଅଧିକାରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଫସିଛନ୍ତି ବରଗଡ଼ର କୃଷି ଅଧିକାରୀ । ପାଇକମାଲ କୃଷି ବିଭାଗର ଆସିଷ୍ଟାଣ୍ଟ ଅଫିସର ପ୍ରଣୟ କୁମାର ମନ୍ତ୍ରୀଙ୍କୁ ଧରିଛି ଭିଜିଲାନ୍ସ । ୧ ଲକ୍ଷ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପ୍ରଣୟଙ୍କୁ ପାଇକମାଳ ବସଷ୍ଟାଣ୍ଟରୁ ଧରିଛି ଭିଜିଲାନ୍ସ ଟିିମ୍ । ସାର ଡିଲରଙ୍କଠାରୁ ଲାଞ୍ଚ ନେଉଥିଲେ ପ୍ରଣୟ ।

ଲାଇସେନ୍ସ ପାଇଁ ପ୍ରଣୟ ଲାଞ୍ଚ ନେଉଥିବା ଜଣାପଡିଛି । ଧରାପଡିବା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ପ୍ରଣୟଙ୍କ ଘରେ ଚଢ଼ାଉ ଜାରି ରହିଛି ।

ସୂଚନା ଅନୁସାରେ, ବିନା ଲାଇସେନ୍ସରେ କୀଟନାଶକ ଦୋକାନ ଚଳାଇବା ପାଇଁ ପାଇକମାଳ ବ୍ଲକ ଅନ୍ତର୍ଗତ ଚଙ୍ଗରିଆର ଗ୍ରାମର ମିତ୍ରଭାନୁ ସାହୁଙ୍କୁ ଦେଢ଼ ଲକ୍ଷ ଟଙ୍କା ଦେବାକୁ କହିଥିଲେ । ଏନେଇ ମିତ୍ରଭାନୁ ଭିଜିଲାନ୍ସ ବିଭାଗର ଦ୍ୱାରସ୍ତ ହୋଇଥିଲେ ଏବଂ ପୂର୍ବ ଯୋଜନା ମୁତାବକ ଆଜି(ମଙ୍ଗଳବାର) ପାଇକମାଳ ବସଷ୍ଟାଣ୍ଡରେ ଲାଞ୍ଚ ଟଙ୍କା ନେଉଥିବା ବେଳେ ଧରାପଡିଛନ୍ତି । ପ୍ରଣୟ କୁମାର ଚାକିରି ବ୍ୟତୀତ ବେଆଇନ ଭାବେ ଅନେକଗୁଡ଼ିଏ NGO ଚଳାଉଥିବା ତଦନ୍ତ ପରେ ଜାଣିବାକୁ ପାଇଛି ଭିଜିଲାନ୍ସ ଟିମ୍ ।

nis-ad
Leave A Reply

Your email address will not be published.