ପିସିସି ପକ୍ଷରୁ କ୍ରାନ୍ତି ଦିବସ ପାଳିତ

ଭୁବନେଶ୍ୱର – ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପବିତ୍ର କ୍ରାନ୍ତି ଦିବସ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏବଂ ଏଆଇସିସି ସଂପାଦକ ଶ୍ରୀ ଜି. ରୁଦ୍ର ରାଜୁଙ୍କ ସମେତ କଂଗ୍ରେସ ନେତୃବୃନ୍ଦ କଂଗ୍ରେସ ଭବନ ଠାରେ ମହାମନିଷୀ ମାନଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ପରେ କଳ୍ପନା ଛକ ନିକଟସ୍ଥ ମ୍ୟୁଜିୟମ ସମ୍ମୁଖରେ ଥିବା ଶହୀଦ ସ୍ମୃତି ସ୍ତମ୍ଭରେ ଶ୍ରୀ ପଟ୍ଟନାୟକ ଏବଂ ଅନ୍ୟ ନେତୃବୃନ୍ଦ ପିସିସି ପକ୍ଷରୁ ମାଲ୍ୟାର୍ପଣ କରିଥିଲେ । ସେଠାରେ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟଙ୍କ ସଂଯୋଜନାରେ ଆୟୋଜିତ ସ୍ମୃତି ସଭାରେ କଂଗ୍ରେସ ନେତୃବୃନ୍ଦ ଅଗଷ୍ଟ ୯ କ୍ରାନ୍ତି ଦିବସକୁ ତ୍ୟାଗ ଓ ବଳିଦାନର ଦିବସ ଭାବେ ଅଭିହିତ କରିଥିଲେ । କଂଗ୍ରେସର ଅବଦାନକୁ ଆଜିର ଯୁବସମାଜ ସ୍ମରଣ କରି ଦେଶ ଓ ଗଣତନ୍ତ୍ରକୁ ସୁରକ୍ଷିତ କରିବାପାଇଁ ଆଗେଇ ଆସିବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ସର୍ବଶ୍ରୀ ଅନନ୍ତ ପ୍ରସାଦ ସେଠୀ, ଶିବାନନ୍ଦ ରାୟ, ଯଜେ୍ଞଶ୍ୱର ବାବୁ, ଶୁଭେନ୍ଦୁ ମହାନ୍ତି, ଡ. ଲଲାଟେନ୍ଦୁ ମହାପାତ୍ର, କିଶୋର ଜେନା, ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ, ମାନସ ଆଚାର୍ଯ୍ୟ, ଅମୀୟ ପଟ୍ଟନାୟକ, ଲୋକନାଥ ମହାରଥି, ହଳଧର ସେଠୀ, ରଜନୀ ମହାନ୍ତି, ଜ୍ୟୋତିଷ ସାହୁ, ନରୋତମ ନାୟକ, ନିରଞ୍ଜନ ନାୟକ, ଜ୍ଞାନଦେବ ବେଉରା, ଜିଆଉଲ ହକ, ତ୍ରିଲୋଚନ ମହାନ୍ତି, ମିହିର ଆଚାର୍ଯ୍ୟ, ରସିକ ପଟ୍ଟନାୟକ, ଏମଡି ଶାହାଦୁଲ୍ଲା, ସ୍ୱାଧୀନବାଳା ଦାସ, କୁସୁମ ପ୍ରଧାନ, ସ୍ନେହଲତା ରାୟ, ଶ୍ରିୟାସ୍ମିତା ପଣ୍ଡା, ମଧୁସ୍ମିତା ଆଚାର୍ଯ୍ୟ, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ବେଣୁଧର ପାତ୍ର, ତରୁଣ ମିଶ୍ର, ଅଲୋକ ମହାନ୍ତି, ଜାନକୀ ମଲ୍ଲିକ, ଜୟକୃଷ୍ଣ ସୁବୁଦ୍ଧି, ଜୟକୃଷ୍ଣ ମଲ୍ଲିଆ, ଶ୍ରୀନିବାସ ରାଉତରାୟ, କୈଳାସ ସାହୁ, ତାପସ ସେଠୀ, ସୁଭାଷ ପ୍ରଧାନ, କୁଳମଣି ସାହୁ, ଝୁଲିଆ ବାରିକ ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

nis-ad
Leave A Reply

Your email address will not be published.