ସରଭିମପୁର ଡ୍ୟାମରେ ଭାସି ଯୁବକ ନିଖୋଜ

ଛତ୍ରପୁର : ଛତ୍ରପୁର ବ୍ଲକ ପୋଟଲାମପୁର ପଞ୍ଚାୟତ ଅନ୍ତର୍ଗତ ସରଭିମପୁର ଡ୍ୟାମରେ ଭାସି ଯୁବକ ନିଖୋଜ l ସୂଚନା ଥାଉକି ଛତ୍ରପୁର ଦେବୀନଗର ଅଞ୍ଚଳର ମୀନକେତନ ମହାରଣା ଆଜି ମଧ୍ୟାନ୍ନ ସମୟରେ ସାଙ୍ଗ ମାନଙ୍କ ସହ ସରଭିମପୁର ଗ୍ରାମରେ ଥିବା ଡ୍ୟାମକୁ ବୁଲିବାକୁ ଆସିଥିବା ସମୟରେ ଅଚାନକ ଗୋଡ଼ଖସି ଭାସିଯାଇଥିଲେ l ମୀନକେତନ ଛତ୍ରପୁର ଡିଆରଡ଼ିଏ କାର୍ଯ୍ୟାଳୟର କାର୍ଯ୍ୟରତ ପିଅନ ଥିଲେ l ଖବର ପାଇ ଛତ୍ରପୁର ଦମକଳ ବାହିନୀ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି l

nis-ad
Leave A Reply

Your email address will not be published.