IAS ଟିନା ଡାବିଙ୍କ ନାଁରେ ଠକେଇ, ଫଟୋ ଲଗାଇ ମାଗୁଥିଲେ ଗିଫ୍ଟ କାର୍ଡ

ଜୟପୁର: ବହୁ ଚର୍ଚ୍ଚିତ ଆଇଏଏସ୍‌ ଟିନା ଡାବିଙ୍କ ନାଁରେ ଠକିବାକୁ ଚେଷ୍ଟା। ହ୍ୱଟସଆପ୍‌ ଡିପିରେ ଟିନା ଡାବିଙ୍କ ଫଟୋ ଦେଖାଇ ଜଣେ ସାଇବର ଠକ ଜୈସଲମେରର ଜଣେ ସରକାରୀ ଅଧିକାରୀଙ୍କୁ ଠକିବାକୁ ଉଦ୍ୟମ କରିଛି। ତେବେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସରକାରୀ ଅଧିକାରୀ।
ସୂଚନା ମୁତାବକ, ସୋମବାର ଜୈସଲମେରର ୟୁଆଇଟି ସେକ୍ରେଟାରୀ ସୁନୀତା ଚୌଧୁରୀଙ୍କ ହ୍ୱାଟ୍ସଅପ୍ ନମ୍ବରରେ ଏକ ମେସେଜ ଆସିଥିଲା। ଏଥିରେ ଆଇଏଏସ୍ ଟିନା ଡାବିଙ୍କ ଡିପି ଥିଲା। ଏହି ମେସେଜ ଜରିଆରେ ତାଙ୍କୁ ଆମାଜନ୍ ଗିଫ୍ଟ କାର୍ଡ ବିଷୟରେ ପଚାରିଥିବା ଉକ୍ତ ସାଇବର ଠକ। କିନ୍ତୁ ଯେହେତୁ ଅଧିକାରୀ ଜଣକ ଆମାଜନ୍ ପ୍ରଡକ୍ଟ ବ୍ୟବହାର କରନ୍ତି ନାହିଁ, ତେଣୁ ସେ ଏହାକୁ ଗୁରୁତ୍ୱ ଦେଇନଥିଲେ। ବରଂ ଆଇଏଏସ୍ ଟିନା ଡାବିଙ୍କୁ ଫୋନ କରି କନଫର୍ମ ହେବାକୁ ଚାହିଁଥିଲେ। ହେଲେ ଏପରି କୌଣସି ମେସେଜ୍ ପଠାଇନଥିବା କହିଥିଲେ ଟିନା ଡାବି। ଏହାପରେ ଉକ୍ତ ମେସେଜ୍ ଆଧାରରେ ସୁନୀତା ଚୌଧୁରୀ ପୁଲିସରେ ମାମଲା ଦାଏର କରିଥିଲେ।
ସେପଟେ ଜିଲ୍ଲା କଲେକ୍ଟର ଟିନା ଡାବି ତାଙ୍କର ଏହି ନକଲି ଆଇଟି ବିଷୟରେ ଜାଣିବାକୁ ପାଇବା ପରେ ଏସ୍‌ପି ଭଂବର ନାଥାବତଙ୍କୁ ଏନେଇ ସୂଚନା ଦେଇଥିଲେ। ଏହାପରେ ଜୈସଲମେର୍‌ ଏସ୍‌ପି ଉକ୍ତ ଫୋନ୍‌ ନମ୍ବରକୁ ଟ୍ରେସ୍‌ କରିବା ପରେ ଡୁଙ୍ଗରପୁରରେ ଅଭିଯୁକ୍ତ ଥିବା ଜଣାପଡିଥିଲା। ଏହାପରେ ଡୁଙ୍ଗରପୁରରୁ ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଉକ୍ତ ସାଇବର ଠକକୁ ପୁଲିସ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛି।

nis-ad
Leave A Reply

Your email address will not be published.