ମହାରାଷ୍ଟ୍ରରେ ୫୦-୫୦ ଫର୍ମୁଲା, ଶପଥ ନେଲେ ୧୮ ମନ୍ତ୍ରୀ

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନର ୪୧ ଦିନ ପରେ ସମ୍ପ୍ରସାରଣ ହେଲା ମନ୍ତ୍ରିମଣ୍ଡଳ। ୫୦-୫୦ ଫର୍ମୁଲାରେ ସମ୍ପ୍ରସାରଣ ହେଲା ମନ୍ତ୍ରିମଣ୍ଡଳ। ବହୁ ମାନସ ମନ୍ଥନ ପରେ ଶପଥ ନେଲେ ବିଜେପିର ୯ ଓ ସିନ୍ଦେ ଗୋଷ୍ଠୀର ୯ ବିଧାୟକ। ବିଜେପିରୁ ଚନ୍ଦ୍ରକାନ୍ତ ପାଟିଲ, ସୁଧିର ମୁନଙ୍ଗତିବାର, ରାଧା କୃଷ୍ଣ ବିଖେ ପାଟିଲ, ଗିରିଶ ମହାଜନ, ସୁରେଶ ଖାଡେ, ରବିନ୍ଦ୍ର ଚହ୍ୱାଣ, ମଙ୍ଗଲ ପ୍ରଭାତ, ବିଜୟ କୁମାର ଗବିତ ଓ ଅତୁଲ ସାୱେ ଶପଥ ନେଇଛନ୍ତି।
ସେହିପରି ଏକନାଥ ସିନ୍ଦେ ଗୋଷ୍ଠୀରୁ ଦାଦାଜୀ ଦଗଡୁ ଭୁସେ, ଉଦୟ ସାମନ୍ତ, ଗୁଲାବରାଓ ପାଟିଲ, ତାନାଜୀ ସାୱନ୍ତ, ସଞ୍ଜୟ ରାଠୋର ଓ ସନ୍ଦୀପ ଭୁମରେ, ଅବଦୁଲ ସତାର, ଦୀପକ କେସରକର୍‌ ଥ ଶମ୍ଭୁରାଜେ ଦେସାୟୀ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।
ଉଲ୍ଲେଖଯୋଗ୍ୟ, ଏକନାଥ ସିନ୍ଦେ ବିଦ୍ରୋହ ଘୋଷଣା କରି ଶିବସେନାର ଅନ୍ୟ ବିଧାୟକଙ୍କ ସହ ମିଶି ଉଦ୍ଧବ ଠାକରେଙ୍କ ସରକାରକୁ ଭାଙ୍ଗି ଦେଇଥିଲେ। ଏହାପରେ ଜୁନ୍‌ ୩୦ରେ ଏକନାଥ ସିନ୍ଦେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ବିଜେପି ସହ ମିଶି ସେ ମହାରାଷ୍ଟ୍ରରେ ଗଠନ କରିଥିଲେ ସରକାର। ବିଜେପିର ଦେବେନ୍ଦ୍ର ଫଡନାଭିସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।
ସେବେଠାରୁ ସିନ୍ଦେ ଓ ଫଡନାଭିସଙ୍କ ମଧ୍ୟରେ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ବିସ୍ତାରକୁ ନେଇ ବହୁ ଆଲୋଚନା ହୋଇଥିଲା। ବାରମ୍ବାର ଦିଲ୍ଲୀ ଗସ୍ତ କରିଥିଲେ ଦୁଇ ନେତା। ବିରୋଧୀ ମଧ୍ୟ ସରକାର ଗଠନର ଏତେ ଦିନ ପରେ ବି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇନଥିବା ଯୋଗୁ ଟାର୍ଗେଟ୍‌ କରୁଥିଲେ।
ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳରେ ବିଜେପିକୁ ୬୦% ଓ ସିନ୍ଦେ ଗୋଷ୍ଠୀକୁ ୪୦% ପଦ ମିଳିବ ବୋଲି କୁହାଯାଉଥିଲା। କିନ୍ତୁ ଏବେ ୫୦-୫୦ ଫର୍ମୁଲାରେ ମହାରାଷ୍ଟ୍ରରେ କ୍ୟାବିନେଟ୍‌ ବିସ୍ତାର ହୋଇଛି। ମନ୍ତ୍ରିମଣ୍ଡଳ ବିସ୍ତାର ପୂର୍ବରୁ ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଗତକାଲି ସକାଳେ ଏକନାଥ ସିନ୍ଦେଙ୍କୁ ସାକ୍ଷାତ କରିଥିଲେ। ଉଭୟଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା ହୋଇଥିଲା।
ଅନ୍ୟପକ୍ଷରେ ଉଦ୍ଧବ ଠାକ୍‌ରେଙ୍କ ‌ଗୋଷ୍ଠୀ ପକ୍ଷରୁ ବିଧାନ ପରିଷଦରେ ବିରୋଧୀ ଦଳ ନେତ‌ା ଭାବେ ଅମ୍ବାଦାସ୍‌ ଦନ୍‌ଭେଙ୍କ ନାମ ସୁପାରିସ କରାଯାଇଛି। ଏ ନେଇ ଠାକ୍‌ରେ ବିଧାନ ପରିଷଦ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି।

nis-ad
Leave A Reply

Your email address will not be published.