ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସମସ୍ତେ ପାଳନ କରିବାର ବାର୍ତ୍ତା ପହଞ୍ଚାଇବା ପାଇଁ ପ୍ରଭାତ ଫେରି

ମାଲକାନଗିରି, ୭।୮: ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ମୁଖ୍ୟ ଡାକ ଘରଠାରେ ଆଜି ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସମସ୍ତେ ପାଳନ କରିବାର ବାର୍ତା ପହଞ୍ଚାଇବା ପାଇଁ ଏକ ପ୍ରଭାତ ଫେରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାଲକାନଗିରି ମୁଖ୍ୟ ଡାକ ଘରର ମୁଖ୍ୟ ପରିଚାଳକ ଦାଇତ୍ୱ ରେ ଥିବା ଆରତୀ ପାଣିଗ୍ରାହୀ, ମାଲକାନଗିରି ପୌରାଧକ୍ଷ ମନୋଜ କୁମାର ବାରିକ, ମାଲକାନଗିରି ପୋୖର ନିର୍ବାହୀ ଅଧିକାରୀ ଅଶୋକ ଚକ୍ରବର୍ତ୍ତୀ ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ସଦର ମହକୁମା ପ୍ରଭାତ ଫେରି କରି ଲୋକଙ୍କୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ସଚେତନ କରିଥିଲେ । ଡାକ ଘରେ ସୁଲଭ ମୂଲ୍ୟରେ ତ୍ରିରଙ୍ଗା ଉପଲବ୍ଧ ଥିବାବେଳେ ଏହାକୁ ସମସ୍ତେ ନେଇ ନିଜ ଘରେ ଲଗାଇବା ସହ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଆବାହନ ଦିଆଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିବା ବେଳେ ଦେଶ ସ୍ୱାଧୀନତା ର ୭୫ବର୍ଷ ପୂର୍ତ୍ତି ଅବସରରେ ସମସ୍ତେ ଏହି କାର୍ଯ୍ୟକ୍ରମ ରେ ସ୍ୱତଃପ୍ରତ ଭାବେ ସାମିଲ ହେବାକୁ ସଚେତନ କରାଯାଇଥିଲା ।

nis-ad
Leave A Reply

Your email address will not be published.