ଦାରିଙ୍ଗବାଡିରେ ବ୍ଲକ, ତହସିଲ, ଥାନା ଓ ପଞ୍ଚାୟତ ପକ୍ଷରୁ ସାମୁହିକ ସଫେଇ କାର୍ଯ୍ୟକ୍ରମ

ଦାରିଙ୍ଗବାଡି(୬/୮) : ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିକୁ ସୁନ୍ଦର, ନିର୍ମଳ, ପ୍ରଦୂଷଣ ମୁକ୍ତ ଓ ସୁସ୍ଥ ପରିବେଶ ସୃଷ୍ଟି କରିବା ପାଇଁ ଦାରିଙ୍ଗବାଡ଼ି ପ୍ରଶାସନ ପାଦେ ଆଗକୁ ଆସି, ଦାରିଙ୍ଗବାଡିରେ ଆଜି ବ୍ଲକ ପ୍ରଶାସନ, ତହସିଲ, ପଞ୍ଚାୟତ ଓ ପୋଲିସ ପ୍ରଶାସନର ମିଳିତ ସହଯୋଗରେ ସାମୁହିକ ସଫେଇ କାର୍ଯ୍ୟକ୍ରମ କରାଯାଇଛି। ଏହାକରି ଦାରିଙ୍ଗବାଡ଼ି ବାସିଙ୍କ ପାଇଁ ପ୍ରଶାସନ ବାର୍ତ୍ତା ଦେଇଛି । ଯାହାକି ଆମେ ସମସ୍ତେ ମିଶି ଦାରିଙ୍ଗବାଡ଼ିକୁ ସୁସ୍ଥ ପରିବେଶ ରେ ରଖି ଆମେ ସମସ୍ତେ ସୁସ୍ଥ ରହିବା ସହିତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଆମ ସମସ୍ତଙ୍କ ଦାୟିତ୍ୱ ରହିଛି। ଆଜି ବ୍ଳକ , ତହସିଲ, ଥାନା ଓ ବଜାର ରୋଡ଼ରେ ପଡ଼ି ଥିବା କୋଢ଼ କୋଢ଼ ଆଳିଆ ଆବର୍ଜନାକୁ ସଫାକରି ଟ୍ରାକ୍ଟରରେ ନେଇ ଫିଙ୍ଗା ଯାଇଛି। ଏହି ସଫେଇ କାର୍ଯ୍ୟରେ ବ୍ଲକ ପ୍ରଶାସନ ବିଡିଓ ଶ୍ରୀ ଗଦାଧର ପାତ୍ର ଓ ବ୍ଲକ ଅଧ୍ୟକ୍ଷ ଶ୍ରୀ ସୁଶାନ୍ତ କୁମାର ପ୍ରଧାନ, ପୋଲିସ ଅଧିକାରୀ ଶ୍ରୀ କୈସିକ ମାଝୀ, ଦାରିଙ୍ଗବାଡି ତହସିଲଦାର ଶ୍ରୀ ଚାରଲସ ନାୟକ, ସମିତି ସଭ୍ୟ କାଳିପ୍ରସାଦ ମଲିକ ଓ ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକଙ୍କ ନେତୃତ୍ୱରେ ପ୍ରଥମେ ବ୍ଲକ ଏରିଆ ଓ ଚାରିଛକ ପରେ ମେଡିକାଲ ପରିସରରେ ପଡ଼ିଥିବା ଅଳିଆ ଆବର୍ଜନା ଗୁଡ଼ାକର ସଫେଇ କାର୍ଯ୍ୟ କରା ଯାଇଥିଲା ।

nis-ad
Leave A Reply

Your email address will not be published.