ସମ୍ବଲପୁର ବିଭିନ୍ନ ସମାଜିକ ଏବଂ ଶ୍ରମିକ ସଂଗଠନ ପକ୍ଷ୍ୟରୁ ଜିଲ୍ଲାପାଳ ଙ୍କ ସହ ସାକ୍ଷାତ ଓ ଆଲୋଚନା…

ସମ୍ବଲପୁର : ସମ୍ବଲପୁର ର ବିଭିନ୍ନ ସାମାଜିକ ଓ ଶ୍ରମିକ ସଂଗଠନ ପକ୍ଷରୁ ଜିଲ୍ଲାପାଳ ଅନନ୍ୟା ଦାସ ଙ୍କୁ ସାକ୍ଷାତ କରି ସମ୍ବଲପୁର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିବା ସହ ସୋଜନ୍ୟ ମୂଳକ ସାକ୍ଷାତ୍ କରିଛନ୍ତି l

ପ୍ରୋଗ୍ରେସିଭ ସମ୍ବଲପୁର ଆବାହକ ତଥା ରାଜ୍ୟ ବିଯୁଜନତା ଦଳର ଯୁଗ୍ମ ସମ୍ପାଦକ ସଞ୍ଜିତ୍ ମହାନ୍ତି ଙ୍କ ନେତୃତ୍ଵରେ ସମ୍ବଲପୁର ର ବିଭିନ୍ନ ସଂଗଠନ କର୍ମକର୍ତ୍ତା ମାନେ ସାକ୍ଷାତ କରିବା ସହ ସମ୍ବଲପୁର ସହରରେ 24 ଘଣ୍ଟା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଆରମ୍ଭ, ସମ୍ବଲପୁର- ଚିପିଲିମା-ବୁର୍ଲା ରିଙ୍ଗ ରୋଡ, ସମ୍ବଲପୁର ଏବଂ ହୀରାକୁଦ ରେ ନୁତନ ସି ବି ଏସ୍ ସି ବିଦ୍ୟାଳୟ, ଅତ୍ୟାଧୁନିକ ବ୍ୟବସ୍ଥା ସହ ନୁତନ ଡାକ୍ତରଖାନା, ସ୍ଵଂୟ ଚାଳିତ ଟ୍ରାଫିକ୍ ବ୍ୟବସ୍ଥା, ଅଇଁଠାପାଲି ଦୂର୍ଗାପାଳି ଏବଂ କ୍ଷେତରାଜପୁର ଓଭର୍ ବ୍ରିଜ ନିର୍ମାଣ, ସହରର ବିଭିନ୍ନ ପାର୍କ ର ପୁନଃ ଉଦ୍ଧାର ଆଦି ବିଭିନ୍ନ ମୌଳିକ ସମସ୍ୟା ସମାଧାନ ପାଇଁ ଆଲୋଚନା କରାଯାଇଥିଲା l ଏହି ଆଲୋଚନାରେ ହିଣ୍ଡାଲକୋ ଶ୍ରମିକ ସଂଗଠନ ର ସଭାପତି ମହମ୍ମଦ୍ ମୃତୁ୍ଯl, ଦୁର୍ଯ୍ୟୋଧନ ମହାନ୍ତି ରୋଶନ ସିଂ, ଯୋଗେନ୍ଦ୍ର ବେହେରା ବଳରାମ ଦାସ ସଂଜୀବ ପ୍ରଧାନ, ପୂର୍ବତନ ରାଜ୍ଯ ସମ୍ପାଦକ ମୋହିତ ନାୟକ ଯୁବ ବିଜେଡ଼ି ଜିଲ୍ଲା ଉପସଭାପତି ଅନୁଜ ଜେନା ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ଥାପା, ସମ୍ପାଦକ ମହମ୍ମଦ୍ ଆରିଫ, ସୂରଜ ଅଗ୍ରୱାଲ ଛାତ୍ର ବିଜେଡ଼ି ଜୋନ ସଭାପତି ମିଲନ ହୋତା, ଜୋନ ଉପସଭାପତି ଦେବ ଜ୍ୟୋତି ପଟନାୟକ, ଜିଲ୍ଲା ସଭାପତି ସୁମିତ ପଟେଲ, ଧୀରେନ୍ଦ୍ର ଦେବତା, କୈଳାସ ପ୍ରଧାନ, ଚୁମନ ପ୍ରଧାନ,ନିଖିଳ ବାବୁ, ଶ୍ରୀକାନ୍ତ ପ୍ରଧାନ, ଭାସ୍କର ଭଟ୍ଟାଚାର୍ଯ୍ୟ, ବିର ସୁରେନ୍ଦ୍ର ସାଏ ଅଟୋ ଚାଳକ ସଂଘ କର୍ମକର୍ତ୍ତା ପ୍ରେମାନନ୍ଦ ମିଶ୍ର, ମହମ୍ମଦ୍ ଇଦୁ ପ୍ରମୁଖ ଆଲୋଚନାରେ ଭାଗନେଇଥିଲେ l

ବହୁ ମୁଖୀ ପୁରୁଷ ଓ ମହିଳା ସ୍ୱାସ୍ଥ୍ୟ କର୍ମୀ ମହାସଂଘ, ଅଙ୍ଗନୱାଡି କର୍ମୀ ସଂଘ ପକ୍ଷରୁ ସତ୍ୟନାରାୟଣ ସାହୁ, ଆଶିଷ ପତି, ମାନସ ସାହୁ, ସରୋଜ ସାହୁ, ତ୍ରିନାଥ ମାଝି, କେଶବ ନେପାକ, ଗୁରୁବାରି ମିଶ୍ର, ଅଙ୍ଗନୱାଡି ସଂଘ ପକ୍ଷରୁ ସରୋଜିନୀ ସ୍ୱାଇଁ, ସୁଧାରାଣୀ ସ୍ଵାଇଁ, ସୁଜାତା ମେକପ୍, ରିଙ୍କି ବାଗ, କଳ୍ପନା ମିଶ୍ର, ପଦ୍ମିନୀ ବେହେରା , ଦିଲେଶ୍ଵର ନହାରl, ମମତା ପଟେଲ , ହାଟିଆ ବlନ ନନ୍ଦିନୀ ମୁଣ୍ଡା ପ୍ରଭାତୀ ବଢେ ପ୍ରମୁଖ ଜିଲାପାଳ ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l



nis-ad
Leave A Reply

Your email address will not be published.