ନିଜ ଇଚ୍ଛା ଶକ୍ତି ବଳରେ ଜଣେ ସଫଳ ଚିତ୍ରକାର : ଭବାନୀ

ମାଲକାନଗିରି : ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାରେ ଲୁକାୟିତ ଅବସ୍ଥାରେ ରହିଛି ଅନେକ ପ୍ରତିଭାବାନ ଝିଅ l ମାଲକାନଗିରି ଜିଲ୍ଲାରେ ଏମିତି ଅନେକ ଝିଅ ଅଛନ୍ତି ଯେଉଁମାନେ ବିଭିନ୍ନ କ୍ଷେତ୍ରରେ ନିଜର ପ୍ରତିଭାକୁ ପ୍ରମାଣିତ କରିଚାଲିଛନ୍ତି l କିଛି ଝିଅ ଆଗକୁ ବଢ଼ିବା ପାଇଁ ଅନେକ ସ୍ବପ୍ନ ଦେଖିବା ସହ କିଛି ନୂଆ କରିବାକୁ ଚାହାଁନ୍ତି l ଏମିତି ଏକ ଝିଅ ମାଲକାନଗିରି ଜିଲ୍ଳା ସଦର ମହକୁମାର ରହୁଥିବା ଭବାନୀ ଯିଏ ବିନା ଗୁରୁରେ ଚିତ୍ରକଳାରେ ଉସ୍ତାଦ l ମଣ୍ଡଲ ଚିତ୍ରକଳାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ଭବାନୀ l ନିଜ ପେନ ମୁନରେ ଠାକୁର, ମହାପୁରୁଷ ଠୁ ଆରମ୍ଭ କରି ସୁନ୍ଦର ସୁନ୍ଦର ଫୁଲ ଭଳି ବିଭିନ୍ନ ପ୍ରକାରର ଚିତ୍ର ଆଙ୍କୁଛନ୍ତି l ଭବାନୀ ଲକ ଡାଉନ ସମୟରେ ଘରେ ରହି ୟୁ ଟ୍ୟୁବ, ଅନ ଲାଇନ ରେ ମାଧ୍ୟମରେ ଏହି ମଣ୍ଡଲ ଚିତ୍ରକଳା ଶିଖିଥିଲେ ପରେ ପରେ ଏହି ଚିତ୍ରକାଳାରେ ନିପୁଣତା ହାସଲ କରିଥିଲେ l ଧଳା କାଗଜ ଉପରେ ପେନର ଛୁଆଁ ଜିବନ୍ତ କରିଚାଲିଛି ପ୍ରତିଟି ଚିତ୍ର କୁ । ଆଉ ଏସବୁର ନିଖୁଣତା ଭବାନୀଙ୍କ  ପ୍ରତିଭାର ପ୍ରମାଣ ଦେଉଛି । ନିଜେ ଶିଖିବା ପରେ ଅନ୍ୟ ଝିଅ ମାନଙ୍କୁ ନିଜ ଘରେ ଶିଖାଉଛନ୍ତି ଭବାନୀ l ଗୋଟିଏ ମଣ୍ଡଲ ଚିତ୍ର ତିଆରି କରିବାକୁ ଏକ ରୁ ଦୁଇ ଦିନ ଲାଗିଥାଏ l ମଣ୍ଡଲ ଚିତ୍ର ମାଲକାନଗିରିରେ ବେସ ଲୋକପ୍ରିୟ ହୋଇପାରିଛି ଯାହା ଫଳରେ ଏହି ଚିତ୍ରକୁ ମଧ୍ୟ ଲୋକେ ଉଚିତ ମୂଲ୍ୟ ଦେଇ ଏହାକୁ କିଣୁଛନ୍ତି l ମଣ୍ଡଳ ଆର୍ଟ ହେଉଛି ଅନ୍ୟ ସବୁ କଳା ଭଳି ଏକ ଚିତ୍ର କଳା, କିନ୍ତୁ ଏହି କଳା ମଧ୍ୟରେ ଲୁଚି ରହିଛି ଅନେକ ଇତିହାସ ରହସ୍ୟ ଏବଂ ସମ୍ଭାବନା।
ଯାହା ଜଣାଯାଏ ଏହି ଚିତ୍ର କଳା ପାଖା ପାଖି 2500 ବର୍ଷ ପୁରୁଣା ଅଟେ, ମଣ୍ଡଳ ହେଉଛି ଏକ ସଂସ୍କୃତ ଶବ୍ଦ ଯାହାର ମାନେ ଚକ୍ର କୁ ବୁଝାଏ, ଏହି କଳା ଗଭୀର ଆଧ୍ୟାତ୍ମିକ ଚିନ୍ତା ଚେତନା ଏବଂ ପୂର୍ଣ୍ଣତା କୁ ପ୍ରତିନିଧିତ୍ୱ କରୁଥିବା ଏକ କଳା ଅଟେ, ଯାହା ଆଗ କାଳରେ ହିନ୍ଦୁ, ଜୈନ ଏବଂ ବୌଦ୍ଧ ଧର୍ମରେ ପ୍ରଚାର ପ୍ରସାର ହୋଇଥିଲା, କିନ୍ତୁ କାଳକ୍ରମେ ତାହା ବୌଦ୍ଧ ସନ୍ୟାସୀ ମାନଙ୍କ ଆପ୍ରାଣ ଚେଷ୍ଟା ମାଧ୍ୟମରେ ଏହା ବିଶ୍ୱରେ ଏକ ସ୍ବତନ୍ତ୍ର ପରିଚୟ ଲାଭ କରିଥିଲା। ଏହି ଚିତ୍ରକଳା ଅଭ୍ୟାସ କରିବା ଦ୍ୱାରା ମନରେ ସ୍ଥିରତା, ଏକାଗ୍ରତା, ଧର୍ଯ୍ୟ, ଶାନ୍ତି ମିଳିବା ସହିତ ବ୍ୟକ୍ତିତ୍ୱ ର ବିକାଶ ମଧ୍ୟ ଘଟିଥାଏ। ମାଲକାନଗିରି ଜିଲ୍ଲାରେ କିଭଳି ଭାବେ ଏହି ମଣ୍ଡଲ ଆର୍ଟ ପିଲାମାନେ ଶିଖିପାରିବେ ତଥା ଏହାର ଉପକାରିତା ବିଷୟରେ ଜାଣିପାରିବେ ସେଥିପାଇଁ ମଣ୍ଡଲ ଆର୍ଟ ଟିମ ତରଫରୁ ପ୍ରତ୍ୟକ ସ୍କୁଲ ବୁଲି ଛାତ୍ର ଛାତ୍ରୀ ମାନଙ୍କୁ ମଣ୍ଡଲ ଆର୍ଟ ଉପରେ ଶିକ୍ଷା ପ୍ରଦାନ କରୁଛନ୍ତି ଯାହା ସମାଜ ପାଇଁ ଏକ ପ୍ରେରଣା ସୃଷ୍ଟି କରୁଛି l

nis-ad
Leave A Reply

Your email address will not be published.