ଜିଲ୍ଲା ପ୍ରେସ କ୍ଲବ ଓ ବନ ବିଭାଗ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବନଖଣ୍ଡ ଅଧିନସ୍ଥ ଫୁଲବାଣୀ ବନ ବିଭାଗ ରେଞ୍ଜ ପକ୍ଷରୁ ରବିବାର ବୃଦ୍ଧାଶ୍ରମ ରାସ୍ତାରେ ବିଭିନ୍ନ କିସମର ଯଥା ନିମ୍ବ ଗଛ, ଜାମୁ କୋଳି ଗଛ, ପଣସ ବୃକ୍ଷ ରୋପଣ କରାଯାଇଥିଲା । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ,ବରିଷ୍ଠ ସାମ୍ବାଦିକ ଫିଲିମୋହୋନ ନାୟକ,ନାରାୟଣ ସାହୁ, ସୁବାସ ପ୍ରଧାନ, ଅଜିତ ମହାରଣା,ସନ୍ତୋଷ ଦିଗାଲ, ସମ୍ପାଦକ ପ୍ରଶାନ୍ତ କୁମାର ବେହେରା,ଉପ ସଭାପତି ସତ୍ୟ ନାରାୟଣ ବେହେରା,ସୁନିଲ ବିଶ୍ବାଳ, ସହ ସଂପାଦକ ରମେଶ ଚନ୍ଦ୍ର ପ୍ରଧାନ, ଆଦିତ୍ୟ ପ୍ରସାଦ ତ୍ରିପାଠୀ,ସୂର୍ଯ୍ୟ ନାରାୟଣ ବେହେରା,ଭି ଭି ଶଙ୍କର, ବିମଳ ନାୟକ, ବୈଦ୍ୟ ବେହେରା, ବୈଦ୍ୟ ନାୟକ, ଶିବ ନାୟକ, ରାଧା ମୋହନ ମହାପାତ୍ର, ଅଶୋକ ମହାନ୍ତି, ନାରାୟଣ ସାହୁ, ବିଜୟ ମହାନ୍ତି, ଶିବାନନ୍ଦ ପଟ୍ଟନାୟକ, ଜୟସେନ ପରିଡ଼ା, ପ୍ରମୁଖ ଯୋଗ ଦେଇ ବୃକ୍ଷ ରୋପଣ କରିବା ସହ ଜଙ୍ଗଲ ସୁରକ୍ଷା ନେଇ ସଚେତନ କରିଥିଲେ ସେହିପରି ବନ ବିଭାଗ କର୍ମଚାରୀ ପ୍ରେମାନନ୍ଦ ସାହୁ ଯୋଗ ଦେଇ ଜଙ୍ଗଲରେ ନିଆଁ ନଲଗାଇବା ବନ୍ୟ ଜନ୍ତୁର ସୁରକ୍ଷା କରିବାନେଇ ସଚେତନ କରିଥିଲେ ।ଆଉ ପ୍ରତ୍ୟେକ ଲୋକ ନିଜ ଜୀବନ କାଳରେ କିଛିକିଛି ଗଛ ଲଗାଇବା ସହ ତାକୁ ବଞ୍ଚାଇ ରଖିଲେ ଭବିଷ୍ୟ ପିଢ଼ି ପରିବେଶ ପ୍ରଦୂଷଣରୂ ରକ୍ଷା ପାଇବେ ବୋଲି ମଧ୍ୟ କହିଥିଲେ ।ଏଭଳି କାର୍ଯ୍ୟକ୍ରମ ଆଗାମୀ ଦିନରେ ଜାରିରହିବ ବୋଲି ସଭାପତି ସୁନୀଲ ପଟ୍ଟନାୟକ କହିଥିଲେ ।

nis-ad
Leave A Reply

Your email address will not be published.