ଅଗଷ୍ଟ ୮ରେ କଟକ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ସମୀକ୍ଷା କଲେ ଧର୍ମେନ୍ଦ୍ର ପ୍ରଧାନ

କଟକ, ୩୧/୭ : କଟକ ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ଆସନ୍ତା ଅଗଷ୍ଟ ୮ ତାରିଖରେ ତାଙ୍କର ଏହି ଗସ୍ତ କାର୍ଯ୍ୟକ୍ରମ ରହିଛି । ସାରା ଦେଶ ସ୍ବାଧୀନତାର ୭୫ବର୍ଷ ପାଳନ ପାଇଁ ଆଜାଦ କି ଅମୃତ ମହୋତ୍ସବ ପାଳୁଥିବାବେଳେ ଦୈନିକ ଖବରକାଗଜ ପ୍ରଜାତନ୍ତ୍ର ପ୍ରତିଷ୍ଠାର ୭୫ବର୍ଷ ପାଳିବାକୁ ଯାଉଛି ।

ଦୈନିକ ସମ୍ବାଦପତ୍ର ପ୍ରଜାତନ୍ତ୍ରର ଆୟୋଜିତ ଦୁଇ ଦିନିଆ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଶାହା ମୁଖ୍ୟ ଅତିଥି ଭାବେ ଯୋଗଦେବେ।

ଦେଶ ସ୍ବାଧୀନତାର ୭୫ ବର୍ଷ ପାଳନ ପୂର୍ବକ ଏବେ ସାରା ଦେଶରେ ଆଜାଦୀ କି ଅମୃତ ମହୋତ୍ସବ ପାଳିତ ହେଉଛି। ସଂଯୋଗ ବଶତ ଏହି ଦୁଇ ସ୍ମରଣୀୟ ମୂହୁର୍ତ୍ତରେ ଅତିଥି ହେବା ପାଇଁ ସାଂସଦ ଭର୍ତ୍ତୃହରି ମହତାବଙ୍କ ଅନୁରୋଧ ରକ୍ଷା କରି ଶାହା କଟକ ଆସୁଛନ୍ତି । ଏହି ଗସ୍ତ ଲାଗି ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିବା ପାଇଁ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଓ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ବୁଲି ଦେଖିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ କଟକରେ ପହଂଚିବା ପରେ ତାଙ୍କୁ ଏକ ଶୋଭାଯାତ୍ରାରେ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ନିଆଯାଇଥିଲା। ସେଠାରେ ସେ ନେତାଜୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ସଂଗ୍ରହାଳୟ ବୁଲି ଦେଖିଥିଲେ । ଏହାପରେ ସେ ଇଣ୍ଡୋର ଷ୍ଟାଡିୟମ ଯାଇ ସେଠାରେ ସଭା ସଂପର୍କରେ ଆଲୋଚନା କରିଥିଲେ । ଏହି ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

nis-ad
Leave A Reply

Your email address will not be published.