କ୍ୟାପିଟାଲ ହସ୍ପିଟାଲର ୪ ଡାକ୍ତରଙ୍କୁ ଓାର୍ଣ୍ଣିଂ

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଭୁଲ ଇଞ୍ଜେକ୍ସନ ଯୋଗୁଁ ରୋଗୀଙ୍କ ମୃତ୍ୟୁ ଘଟଣାରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ୪ ଜଣ ଡାକ୍ତରଙ୍କୁ ୱାର୍ଣ୍ଣିଂ ଦିଆଯିବା ସହ ଜଣେ ଡାକ୍ତରଙ୍କୁ ବଦଳି କରାଯାଇଛି । ଭୁଲ ଇଞ୍ଜେକ୍ସନ ଯୋଗୁଁ ଜଣେ ରୋଗୀଙ୍କ ମୃତ୍ୟୁ ହେବା ପରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି ।

ମେଡିସିନ ବିଭାଗର ଏଚଓଡିଙ୍କ ତତ୍ତ୍ୱାବଧାନରେ ଏହି ରିପୋର୍ଟ ପ୍ରଦାନ କରାଯାଇଛି । ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ସୂଚନା ଅନୁସାରେ, ଗତକାଲି ଧଉଳି କମାରଡିହର ଜଣେ ଅସୁସ୍ଥ ରୋଗୀଙ୍କର ମୃତ୍ୟୁ ହୋଇଥିଲା । ତେବେ ଡାକ୍ତରଙ୍କ ଦ୍ୱାରା ଭୁଲ ଇଞ୍ଜେକ୍ସନ ଦିଆଯାଇଥିବାରୁ ରୋଗୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ ପରିବାର ଲୋକେ । ଏ ନେଇ ପରିବାର ଲୋକଙ୍କ ତରଫରୁ କ୍ୟାପିଟାଲ ଥାନାରେ ଏତଲା ମଧ୍ୟ ଦାୟର କରାଯାଇଥିଲା । ଅଭିଯୋଗକୁ ଆଧାର କରି ହସ୍ପିଟାଲ କର୍ତ୍ତୃପକ୍ଷ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

nis-ad
Leave A Reply

Your email address will not be published.