ଇଡିର ସମ୍ପତ୍ତି ଆଟାଚ୍ ଉପରେ ମୁହଁ ଖୋଲିଲେ ପ୍ରଭାତ ବିଶ୍ଵାଳ

କଟକ: ସି ସୋର ଚିଟଫଣ୍ଡ କମ୍ପାନୀ ଠକେଇ ମାମଲାରେ ପ୍ରମାଣ ମିଳିଵା ପରେ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ( ପିଏମଏଲଏ) ୨୦୦୨ ଅନୁଯାୟୀ ଇଡି କଟକ ସଦର ତଥା ଚୈ।ଦ୍ୱ।ର କଟକ ର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ସ୍ଥାବର ଅସ୍ଥାଵର ସମ୍ପତ୍ତି ଆଟାଚ୍ କରିଵା ପରେ ପ୍ରଭାତ ଏ ସମ୍ପର୍କରେ ମୁହଁ ଖୋଲି ପ୍ରତିକ୍ରିୟା ରଖିଛନ୍ତି।ଏହା ଏକ ଅସହିଷ୍ଣୁତାର ପରିଣାମ।

ପ୍ରଭୁ ଜଗନ୍ନାଥ ଓ ନ୍ୟାୟାଳୟ ଉପରେ ମୋର ଗଭୀର ବିଶ୍ୱାସ ଓ ଭରସା ଅଛି। ମୁଁ ଜଣେ ହିତଵାଣୀ ଲେଖକ।ମୋର ପ୍ରିୟନେତା ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ସ୍ୱଛତା ଶିଖିଛି।ସ୍ୱଛତାକୁ ଵନ୍ଧା ପକାଇ ଜୀଵନରେ କିଛି ବି କରିଵାକୁ ଉଚିତ୍ ମଣିନାହିଁ।ଜନସେଵାକୁ ଜୀଵନର ମୂଳମନ୍ତ୍ର ଭାବେ ଗ୍ରହଣ କରିଛି। ସେଥିପାଇଁ ଭବିଷ୍ୟତରେ ସମୟ ହିଁ ମୋର ସ୍ୱଛତାକୁ ପ୍ରମାଣିତ କରିଵ ଵୋଲି ପ୍ରଭାତ ଦୃଢ଼ତାର ସହ କହିଛନ୍ତି। ଅନ୍ୟପକ୍ଷରେ ଓଡିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡଵ୍ଲ୍ୟୁ) ଓ ସିବିଆଇ ପକ୍ଷରୁ ଏଫଆଇଆର ଏବଂ ଚାର୍ଜସିଟ୍ ଆଧାରରେ ଏହି ସମ୍ପତ୍ତି ଆଟାଚ୍ ହୋଇଛି ବୋଲି ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ଯେ ଅଭିଯୋଗ ଆଧାରରେ ପ୍ରଭାତଙ୍କୁ ପୂର୍ବରୁ ସିଵିଆଇ ପକ୍ଷରୁ ୪ ଥର ଜେରା କରାଯିବା ପରେ ୨୦୧୭ ସେପ୍ଟେମ୍ବର ୧୯ ରେ ତାଙ୍କୁ ଗିରଫ କରାଯାଇ ଜେଲ୍ ପଠାଯାଇଥିଲା।୨୦୧୮ ଜୁନ୍ ୨୬ ରେ ତାଙ୍କୁ ଜାମିନ ମିଳିଥିଲା।ଇଡିର ଏଭଳି କାର୍ଯ୍ୟକ୍ରମକୁ ନେଇ ସିବିଆଇ ସ୍କାନରରେ ଥିଵା ରାଜ୍ୟର ଅନେକ ଆଗଧାଡିର ଓ ପ୍ରତିଷ୍ଠିତ ନେତାଙ୍କ ମଧ୍ୟରେ ଛନକା ପଶିଯାଇଛି।

nis-ad
Leave A Reply

Your email address will not be published.