ରାଜ୍ୟରେ ଆଉ ୧,୦୨୯ କରୋନା ପଜିଟିଭ୍‍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୧,୦୨୯ କରୋନା ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬୦୨ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୪୨୭ଜଣ ରହିଛନ୍ତି । ସେଥିମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୭୫ଜଣ ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି । ଆଜି ରାଜ୍ୟର ୨୭ଜିଲ୍ଲା ଓ ଷ୍ଟେଟପୁଲରୁ ଚିହ୍ନଟ ହୋଇଛନ୍ତି ସମସ୍ତ ଆକ୍ରାନ୍ତ ।

ଚିହ୍ନଟ ୨୭ ଜିଲ୍ଲା ମଧ୍ୟରୁ ସୁନ୍ଦରଗଡ଼ରୁ ସର୍ବାଧିକ ୨୨୨ଜଣ କରୋନା ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୧୭୩, ସମ୍ବଲପୁରରୁ ୯୩, ମୟୂରଭଞ୍ଜରୁ ୭୦ ଓ କଟକରୁ ୬୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା କୁହାଯାଇଛି । ବରଗଡ଼ରୁ ୬୫, ଷ୍ଟେଟପୁଲରୁ ୩୯, କଳାହାଣ୍ଡିରୁ ୩୮, ନବରଙ୍ଗପୁରରୁ ୨୮, ବଲାଙ୍ଗୀରରୁ ୨୭, ସୋନପୁରରୁ ୨୪, କନ୍ଧମାଳରୁ ୨୨ ଓ ନୟାଗଡ଼ରୁ ୧୭ଜଣ ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି । ସେହିପରି ବୌଦ୍ଧରୁ ୧୫, ଯାଜପୁରରୁ ୧୫, ରାୟଗଡ଼ାରୁ ୧୪, ନୂଆପଡ଼ାରୁ ୧୩, କୋରାପୁଟରୁ ୧୩, ଝାରସୁଗୁଡ଼ାରୁ ୧୨, ବାଲେଶ୍ୱରରୁ ୧୧, କେନ୍ଦୁଝରରୁ ୧୧, ଭଦ୍ରକରୁ ୧୦, ପୁରୀରୁ ୮, ଗଜପତିରୁ ୭, ଜଗତସିଂହପୁରରୁ ୬, ଦେବଗଡ଼ରୁ ୫, ଢେଙ୍କାନାଳରୁ ୨ ଓ ଅନୁଗୁଳରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଗୋଟିଏ ଦିନରେ ସାରା ରାଜ୍ୟରୁ କରୋନାରୁ ସୁସ୍ଥ ହୋଇଛନ୍ତି ୧,୦୫୧ ଆକ୍ରାନ୍ତ । ଆଜିର ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‍ କରୋନା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬,୬୦୮ରହିଛି ।

nis-ad
Leave A Reply

Your email address will not be published.