ବନ୍ଦ ହେଲା ହୀରାକୁଦର ସମସ୍ତ ଗେଟ୍‍

ସମ୍ବଲପୁର: ଆଜି ହୀରାକୁଦ ଡ୍ୟାମର ୨ଟି ଗେଟକୁ ବନ୍ଦ କରିଦିଆଯାଇଛି । ବନ୍ୟା ଜଳ ନିଷ୍କାସନ ପାଇଁ ଖୋଲାଯାଇଥିବା ୨ଟି ଗେଟ୍‍କୁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବନ୍ଦ କରିଥିବା ସୂଚନା ଦେଇଛନ୍ତି । ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରରେ ଜଳ ବୃଦ୍ଧି ପାଇଥିଲା । ତେଣୁ ବନ୍ୟାଜଳ ନିଷ୍କାସନ ପାଇଁ ୨ଟି ଗେଟ୍‍ ଖୋଲିଥିଲେ କର୍ତ୍ତୃପକ୍ଷ ।

ହେଲେ ବର୍ତ୍ତମାନ ରାଜ୍ୟରେ ବର୍ଷା ନଥିବାରୁ ଓ ଜଳସ୍ତର କମିଥିବାରୁ ଖୋଲିଥିବା ୨ଟି ଗେଟକୁ କର୍ତ୍ତୃପକ୍ଷ ବନ୍ଦ କରିଛନ୍ତି । ଫଳରେ ବର୍ତ୍ତମାନ କୌଣସି ଗେଟ୍‍ ଦେଇ ବନ୍ୟାଜଳ ନିଷ୍କାସନ ହେଉନାହିଁ ।

nis-ad
Leave A Reply

Your email address will not be published.