ଦାରିଙ୍ଗ ବାଡ଼ି ବଜାର ରାତ୍ର ଜଗୁଆଳି ଦୁର୍ଘଟଣାରେ ମୃତ

ଦାରିଙ୍ଗବାଡ଼ି,(୩୦/୭) : ଦାରିଙ୍ଗବାଡ଼ି ବଜାରର ରାତ୍ର ଜଗୁଆଳି ଡକେବାଡ଼ି ପୁରଣା ପୋଷ୍ଟ ସାହିର କର୍ଣ୍ଣବାହାଦୂର (୪୫)ଙ୍କ ମଟର ସାଇକେଲ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଆଜି ଅପରାହ୍ନରେ ଦାରିଙ୍ଗବାଡ଼ି ଚାରିଛକରୁ ଘରକୁ ଫେରିବା ସମୟରେ ରେଞ୍ଜ ଅଫିସ ସମ୍ମୁଖରେ ଏକ ଆପାଚ ମଟର ସାଇକେଲ ଦ୍ରୁତ ଗତିରେ ଆସି ପଛ ପଟେ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରିନେବା ସମୟରେ ରାସ୍ତାରେ ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି।

nis-ad
Leave A Reply

Your email address will not be published.