ବେକରେ ଗାମୁଛା ଲଗାଇ ଯୁବକଙ୍କ ଆତ୍ମହତ୍ୟା

ଦାରିଙ୍ଗବାଡ଼ି/ ବ୍ରାହ୍ମଣୀଗାଁ, (୩୦/୭) : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତବ୍ରାହ୍ମଣିଗାଁ ଥାନା ଅଧିନସ୍ଥ ମାଣ୍ଡିପଙ୍କା ଗ୍ରାମର ଜଣେ ଯୁବକ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଯୁବକ ଜଣକ ହେଲେ ମାଥିୟୁ କପାଟପାତ୍ରଙ୍କ ପୁଅ ଚିତ୍ରସେନ କପାଟ ପାତ୍ର (୨୫) । ପୋଲିସ ସୂଚନା ପ୍ରକାରେ, ସକାଳ ୮ ଘଣ୍ଟିକା ସମୟରେ ଘରେ କେହି ନ ଥିବା ବେଳେ କବାଟ ବନ୍ଦ କରି ଘରର ଏକ କାଠ ଦୁଳାରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲେ । ତାଙ୍କ ସ୍ତ୍ରୀ ସକାଳୁ ଯାଇ ପାଣି ଆଣି ଘରକୁ ଫେରି ଦେଖିବା ବେଳକୁ ଘର ଭିତର ପଟୁ କବାଟ ବନ୍ଦ ଥିବା ଜାଣି ଆଖ ପାଖ ଲୋକଙ୍କୁ ଡ଼ାକି ଦେଖିବା ବେଳେ ଦୁଳାରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛି । ଏହାଦେଖି ତାଙ୍କ ବାପା ମାଥିୟୁ କପାଟ ପାତ୍ର ବ୍ରାହ୍ମଣିଗାଁ ଥାନାକୁ ଲିଖିତ ସୂଚନା ଦେଇଥିଲେ । ଏହାକୁ ନେଇ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କ ଶବକୁ ଜବତ କରି ଶବ ବ୍ୟବଛେଦ କରାଇବା ପାଇଁ ଦାରିଙ୍ଗବାଡ଼ି ମେଡ଼ିକାଲକୁ ପଠାଇଥିବା ସୂଚନା ମିଳିଛି। ଏ ନେଇ ପୋଲିସ ଅଧିକ ତଦନ୍ତ କରୁଥିବା ଏବଂ ଘଟଣାର ପ୍ରକୃତ କାରଣ ବ୍ୟବଚ୍ଛେଦ ରିପୋର୍ଟ ପରେ ଜଣାପଡ଼ିବ ବୋଲି ବ୍ରାହ୍ମଣିଗାଁ ଥାନା ଅଧିକାରୀ ଚାପଧାରୀ ପ୍ରଧାନ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.