ଦାରିଙ୍ଗବାଡ଼ି ବ୍ଳକ କଂଗ୍ରେସ ସଭାନେତ୍ରୀ ଚୟନ ବୈଠକ ଅନୁଷ୍ଠିତ

ଦାରିଙ୍ଗବାଡ଼ି,(୩୦/୭) : ଦାରିଙ୍ଗବାଡ଼ି ବ୍ଳକ କଂଗ୍ରେସ ସଭାନେତ୍ରୀ ଚୟନ ବୈଠକ ଆଜି ପାଷ୍ଟର ଆସୋସିଏସନ ସଭାଗୃହରେ ଅନୁଷ୍ଠିତ ହୋଇଥିଲା । ବ୍ଳକର ୨୫ଟି ଗ୍ରାମ ପଞ୍ଚାୟତର ଦୁଇଶହରୁ ଉର୍ଦ୍ଧ ମହିଳା ମାନେ ଯୋଗଦେଇ ନିଜନିଜ ପସନ୍ଦର ତିନି ଜଣ ମହିଳାଙ୍କୁ ପ୍ରସ୍ତାବ ଦେଇଥିଲେ । ସେମାନେ ହେଲେ ରେଶମା ମଳିକ, ନମିତା ପରିଡ଼ା ଓ ଶୁଶିଳା ନାୟକ । ତିନି ଜଣଙ୍କ ମଧ୍ୟରୁ ନମିତା ପରିଡ଼ାଙ୍କୁ ସଭାନେତ୍ରୀ ଭାବେ ଚୟନ କରି ରାଜ୍ୟକୁ ସୁପାରିଶ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ଅନାମ ଚନ୍ଦ୍ର ନାୟକ, ଜିଲ୍ଲା ମହିଳା ସଭାନେତ୍ରୀ ରୁଦା ମଳିକ, ଜିଲ୍ଲା ପ୍ରଭାରି ଅମିରଚାନ୍ଦ ନାୟକ, ବ୍ଳକ ସଭାପତି ପ୍ରଦୀପ ନାୟକ ,ଜିଲ୍ଲା ଯୁବକଂଗ୍ରେସ ଉପ ସଭାନେତ୍ରୀ ସିମିଲରାଣୀ ପଡ୍ରା ସହିତ ବରିଷ୍ଠ କର୍ମୀ ଓ ବ୍ଳକ କମିଟି ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଦନେକବାଡ଼ି ପଞ୍ଚାୟତ କମିଟି ସଭାପତି ନାଗେଶ୍ୱର ପ୍ରଧାନ ପରିଚାଳନା କରିଥିଲେ ।

nis-ad
Leave A Reply

Your email address will not be published.