ଗୁଣ୍ଠବନ୍ଧ ଗ୍ରାମସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତ ବାର୍ଷିକୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

କୁକୁଡାଖଣ୍ଡି : ଆଜି ଶନିବାର ପ୍ରାତଃ ୮ଟା ସମୟରେ କୁକୁଡାଖଣ୍ଡି ବ୍ଲକ ଗୁଣ୍ଠବନ୍ଧ ଗ୍ରାମ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚଳିତ ବର୍ଷ ବିଦ୍ୟାଳୟର ଶତ ବାର୍ଷିକୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l 1920 ମସିହାରେ ଗୁଣ୍ଠବନ୍ଧରେ ସ୍ଥାପିତ ପ୍ରାଥମିକ ବିଦ୍ୟାଳୟ ଚଳିତ ବର୍ଷ ଶହେ ବର୍ଷ ପୂରଣ କରିଛି,ଆସନ୍ତା ନଭେମ୍ବର ମାସରେ ଶତ ବାର୍ଷିକୀ କାର୍ଯ୍ୟକ୍ରମ କିପରି ଧୂମଧାମରେ ପାଳନ କରାଯାଇପାରିବ ସେ ନେଇ ପୁରାତନ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଜାତା କୁମାରୀ ସାହୁ ସଭାପତିତ୍ୱ କରିଥିଲେ l
କାର୍ଯ୍ୟକ୍ରମରେ ବହୁ ପୁରାତନ ଛାତ୍ରଛାତ୍ରୀ,ବୁଦ୍ଧିଜୀବୀ ଯୋଗଦେଇ କାର୍ଯ୍ୟକ୍ରମର ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ଚର୍ଚ୍ଚା କରିଥିଲେ l ପୁରାତନ ଛାତ୍ର ଓ ବୁଦ୍ଧିଜିବୀଙ୍କୁ ନେଇ “ଶତ ବାର୍ଷିକୀ ସମାରୋହ ପାଳନ ସମିତି” ନାମରେ କମିଟି ଗଠନ କରାଗଲା l ସର୍ବସମ୍ମତି କ୍ରମେ ଉକ୍ତ ସମିତିର ମୁଖ୍ୟ ଉପଦେଷ୍ଟା ଭାବେ ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦର ସଭାପତି ଶ୍ରୀ ଭୃଗୁ ବକ୍ସି ପାତ୍ର, ସଭାପତି ଶ୍ରୀ ନଳିନୀ କାନ୍ତ ପରିଡା, ସମ୍ପାଦକ ସାଗର କୁମାର ପାତ୍ର, କୋଷାଧକ୍ଷ ଧର୍ମରାଜ ପାତ୍ର,ସହକାରୀ ଉପଦେଷ୍ଟା ସୁଦର୍ଶନ ବିଷୋୟୀ, କୈଳାସ ମହାନ୍ତି, ଶିକ୍ଷକ ବିଜୟ ପାତ୍ର, ସହ-ସମ୍ପାଦକ ସିଲୁ ମହାନ୍ତି,କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସ୍ଥାନୀୟ ସରପଞ୍ଚ ଦେବାଶିଷ ସେଠି,ସତ୍ୟ ନାରାୟଣ ସାମଲ, ବିଜୟ ଷଣ୍ଡ, ଚିତ୍ରସେନ ବେହେରା, ସରୋଜ ମହାନ୍ତି, ଲୋକନାଥ ଦଳେଇ,ରାକେଶ ବିଷୋୟୀ, ବାସୁଦେବ ଜେନା, ଲକ୍ଷ୍ମଣ ମାଝୀ, ନୀତେଶ ଷଣ୍ଡ,ସୁନୀଲ ମାଝୀ ଓ କାର୍ଯ୍ୟକାରୀ ସଭାପତି ରୂପେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଜାତା କୁମାରୀ ପ୍ରମୁଖ ନିର୍ବାଚିତ ହୋଇଥିଲେ l କାର୍ଯ୍ୟକ୍ରମରେ ଶିବରାମ ବେହେରା, ଯୋଗେଶ ବିଷୋୟୀ ଓ ସମସ୍ତ ଶିକ୍ଷୟତ୍ରୀ ସହଯୋଗ କରିଥିଲେ l

nis-ad
Leave A Reply

Your email address will not be published.