ଗଛମୂଳେ ଓ ରାସ୍ତା ଉପରେ ଚାଲିଛି ପାଠପଢା

ରାଉରକେଲା /ନୂଆଗାଁ (ବସନ୍ତ କୁମାର ଜେନା ) : ରାଜ୍ୟ ସରକାର ଶିକ୍ଷା କୁ ଅଧିକ ଗୁରୁତ୍ଵ ଦେଉଛନ୍ତି, ସମସ୍ତେ ପଢନ୍ତୁ,ସମସ୍ତେ ବଢନ୍ତୁ ଏହି ନାରା ଦେଉଥିବାବେଳେ ତାହାର ଏକ ବିକଳ ଚିତ୍ର ଦେଖିବାକୁ ମିଳୁଛି ସୁନ୍ଦରଗଡ ଜିଲ୍ଲା ଅନ୍ତର୍ଗତ ନୂଆଗାଁ ବ୍ଲକ କରଡେଗା ଗ୍ରାମ ପଂଚାୟତର ବୋନକୋବା ଗ୍ରାମ ରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ |

5T ଦ୍ୱାରା ହେଉଥିବା ବିଦ୍ୟାଳୟ ର ଅବସ୍ଥା ଅତି ଦୟନୀୟ | ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ଏହି ବିଦ୍ୟାଳୟ ରେ ପାଠ ପଡ଼ନ୍ତି, ହେଲେ ଶ୍ରେଣୀ ଗୃହ ନ ଥିବାରୁ ଏବେ ଭାଗ୍ୟ କୁ ଆଦରି ଗଛ ମୂଳେ ଶିକ୍ଷକ ଛାତ୍ରଛାତ୍ରୀ ଙ୍କୁ ଧରି ପାଠ ପଢ଼ାଉଛନ୍ତି ଯାହାକି ଦେଖିଲେ ଆଖି କୁ ବିଶ୍ୱାସ ହେଉ ନାହିଁ | ସେଠାରେ ଆମ ପ୍ରତିନିଧି ପହଞ୍ଚି ଦେଖାଇ ଥିଲେ ସ୍କୁଲର ବିକଳ ଚିତ୍ର | ଯେଉଁ ନୂଆ ଶ୍ରେଣୀ ଗୃହ ର କାର୍ଯ୍ୟ ଚାଲିଛି ତାହା ବହୁ ଦିନରୁ ବନ୍ଦ ହୋଇ ପଡ଼ିରହିଛି | ଠିକାଦାର ଙ୍କ ମନ ମୁଖି କାର୍ଯ୍ୟ ଯୋଗୁ ଛାତ୍ର ଛାତ୍ରୀ ମାନେ ବର୍ଷା ଦିନରେ ନାହିଁ ନ ଥିବା କଷ୍ଟ ଭୋଗୁ ଛନ୍ତି |ସେଠାରେ ପିଇବା ପାଣିର ସୁବିଧା ମଧ୍ୟ ନାହିଁ ଯାହାକି ଅବିଭାବକ ମହଲରେ ଅସନ୍ତୋଷ ପ୍ରକାଶ କରିଛନ୍ତି ତେବେ ଦେଖିବାକୁ ବାକି ରହିଲା ସରକାର କେବେ ଏହି ଛାତ୍ର,ଛାତ୍ରୀ ମାନଙ୍କ ଭବିଷ୍ୟତ ପ୍ରତି ଦୃଷ୍ଟି ଆକର୍ଷଣ କରୁଛନ୍ତି |

nis-ad
Leave A Reply

Your email address will not be published.