ନିଖିଲେଶ ପ୍ରିୟଦର୍ଶୀଙ୍କୁ ବୃତ୍ତି

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଚଳିତ ବର୍ଷ ତୁମୁଡିବନ୍ଧ ସରକାରୀ ଉ. ପ୍ରା. ବିଦ୍ୟାଳୟର ଛାତ୍ର ଶ୍ରୀ ନିଖିଲେଶ ପ୍ରିୟଦର୍ଶୀ ପାଢ଼ୀ ତୃତୀୟ ଶ୍ରେଣୀ ବୃତ୍ତି ପାଇଛନ୍ତି l ସେ ଜଣେ ମେଧାବୀ ଛାତ୍ର l ତାଙ୍କର ପରିଶ୍ରମ. ନିଷ୍ଠା ଓ ଚେଷ୍ଟା ଯୋଗୁଁ ସମଗ୍ର ବ୍ଲକରେ ସାଧାରଣ ବର୍ଗରେ ଉଲ୍ଲେଖନୀୟ ସଫଳତା ଲାଭ କରିଛନ୍ତି l ବିଦ୍ୟାଳୟ ବ୍ୟତୀତ ଦୈନିକ ଆଠ ଘଣ୍ଟା ପରିଶ୍ରମ କରୁଥିଲେ l ତୁମୁଡିବନ୍ଧର ଅତି ଜଣାଶୁଣା ସଂଗଠକ ଓ ସମାଜସେବୀ ଶ୍ରୀ ରାମକୃଷ୍ଣ ପାଢ଼ୀ ଓ ଶ୍ରୀମତୀ ମlମି ପାଢ଼ୀଙ୍କ ସେ ପୁତ୍ର ଅଟନ୍ତି l ତାଙ୍କର ଏହି ସଫଳତା ପାଇଁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପିତାମାତା, ଶିକ୍ଷକ ବାଳକୃଷ୍ଣ ମିଶ୍ର, ବେଣୁଧର ନାଥ ପ୍ରମୁଖ ଭୂମିକା ରହିଛି l ବିଶେଷ କରି ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ କୈଳାଶ ଚନ୍ଦ୍ର ଧଳଙ୍କ ଅବଦାନ ତାଙ୍କୁ ଏ ବୃତ୍ତି ପାଇବାରେ ସହଯୋଗ କରିଛି l ବଡ଼ ହେଲେ ସେ ଜଣେ ଡକ୍ଟର ହେବେ ବୋଲି ଆଶା ରଖିଛନ୍ତି l

nis-ad
Leave A Reply

Your email address will not be published.