ରାଜ୍ୟର ରାସ୍ତାକଡ଼ରେ ରହୁଛନ୍ତି ୩୯୩ ଜଣ ଶିଶୁ

ଭୁବନେଶ୍ୱର: ରାଜ୍ୟର ମାତ୍ର ୩୯୩ ଜଣ ଶିଶୁ ରାସ୍ତାକଡ଼ରେ ରହୁଥିବା କହିଛନ୍ତି ବିଜେଡି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ । ଆଜି ବିଧାନସଭାରେ ବିଜେଡି ବିଧାୟକ ପ୍ରଫୁଲ ସାମଲ ରାଜ୍ୟର କେତେ ଶିଶୁ ରାସ୍ତାକଡ଼ରେ ରହୁଛନ୍ତି ବୋଲି ପ୍ରଶ୍ନ କରିଥିବା ବେଳେ ଏହାର ଉତ୍ତର ଦେଇଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ।

ପ୍ରଥମରେ ଖୋର୍ଦ୍ଧା ଜିଲ୍ଲା ଥିବା ବେଳେ ଦ୍ୱିତୀୟରେ ଯାଜପୁର ଜିଲ୍ଲା ରହିଛି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩୦୫ ଜଣ ଓ ଦ୍ୱିତୀୟ ଯାଜପୁର ଜିଲ୍ଲାରେ ୩୦ ଜଣ ଶିଶୁ ରାସ୍ତା କଡ଼ରେ ନିଜ ଜୀବନର ସୁନେଲି ସ୍ୱପ୍ନ ଦେଖୁଛନ୍ତି । ରାସ୍ତାକଡର ଶିଶୁମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସରକାର ବେଶ ଯତ୍ନଶୀଳ ଏବଂ ଏଥିପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ।

ଏଥିପାଇଁ ଓଏସସିପିସିଆର, ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି, ୧୦୯୮ ଚାଇଲ୍ଡ ଲାଇନ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଶିଶୁ ମଙ୍ଗଳ କମିଟି, ବ୍ଲକ କମିଟି, ପଞ୍ଚାୟତସ୍ତରୀୟ କମିଟି କାର୍ଯ୍ୟରତ । ଏହାବ୍ୟତୀତ ରାସ୍ତା କଡରେ ରହୁଥିବା ଶିଶୁ ମାନଙ୍କର ଉଦ୍ଧାର ଓ ଥଇଥାନ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

nis-ad
Leave A Reply

Your email address will not be published.