ବିଜେପିର କାର୍ଯ୍ୟକର୍ତ୍ତା ସମାବେଶ

ବ୍ରହ୍ମପୁର (୧୦/୦୭) : ଆଜି ପୂର୍ବାହ୍ନ ଘ.୧୧-୧୫ ସମୟରେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଏକ “କାର୍ଯକର୍ତ୍ତା ସମାବେଶ” ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ସଭାପତିତ୍ତ୍ୱରେ ସ୍ଥାନୀୟ ଗୋଳନ୍ଥରାସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ଇଶାଣେଶ୍ୱର ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାନ୍ୟବର କେନ୍ଦ୍ର ଶିକ୍ଷା, ଦକ୍ଷତା କୌଶଳ ଓ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି “କାର୍ଯ୍ୟକର୍ତ୍ତା ସମାବେଶ” ଯୋଗ ଦେଇ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଆଙ୍କୁ ଯେଉଁ ଗୁରୁତ୍ୱ ଦେଇଛନ୍ତି ଦେଶର ୭୫ ବର୍ଷ ସ୍ୱାଧୀନତା ମଧ୍ୟରେ କୌଣସି ପ୍ରଧାନମନ୍ତ୍ରୀ ଓଡ଼ିଆଙ୍କୁ ଏତିକି ସମ୍ମାନ ଦେଇନାହାନ୍ତି । କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ଠାରୁ ଆରବିଆଇ ଗଭର୍ଣର,ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ସିଏଜି, ଆଇଏମଡି ମହାନିର୍ଦ୍ଦେଶକ,ଏନସିବି ଡ଼ିଜି, ସେନା ଉପମୁଖ୍ୟ ଭଳି ଗୁରୁ ଦାୟୀତ୍ୱ ଓଡ଼ିଆଙ୍କ ଉପରେ ବିଶ୍ୱାସ କରି ଦାୟୀତ୍ୱ ପ୍ରଦାନ କରିଥିବା ବେଳେ ବର୍ତ୍ତମାନ ଦେଶର ସର୍ବଚ ପଦବୀ ରାଷ୍ଟ୍ରପତି ଭଳି ପଦବୀ ମଧ୍ୟ ଜଣେ ଗରିବ ଆଦିବାସୀ ଓଡ଼ିଆ ମହିଳା ଶ୍ରମତୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପାର୍ଥି କରିଥିବାରୁ ସାଢେ ଚାରି କୋଟି ଓଡ଼ିଶା ବାସୀଙ୍କ ତରଫରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ । ଗରିବି ହଟାଅ,ଲୋକଙ୍କ ପାଇଁ କାମ ଆଜି ପର୍ଯ୍ୟନ୍ତ ଆମେ କେବଳ ଘୋଷଣାରେ ହିଁ ଶୁଣୁଥିଲେ କିନ୍ତୁ ଗତ ଆଠ ବର୍ଷ ମଧ୍ୟରେ ମୋଦି କଥାରେ ନୁହେଁ କାର୍ଯ୍ୟ କରି ଆସୁଛନ୍ତି । ୨୦୧୫ ମସିହାରେ ନିର୍ଣ୍ଣୟ ନିଆଯାଇଥିବା ଗଞ୍ଜାମ ଜିଲ୍ଲାର ନିର୍ମାଣଧିନ ଆଇଜର୍ ବର୍ତ୍ତମାନ ସମ୍ପୁର୍ଣ୍ଣ ହେବାକୁ ଯାଉଛି ଏବଂ ଏହାକୁ ଆସନ୍ତା ଅକ୍ଟୋବର କିମ୍ୱା ନଭେମ୍ୱର ମାସରେ ପ୍ରଧାନମନ୍ତ୍ରୀ ମୋଦି ଆସି ଏହାର ଉଦଘାଟନ କରିବେ ବୋଲି ଆଜି ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ ଜଣାଇଛନ୍ତି । ସଂଯୋଗ ବସତଃ ଆଜି ସେ ଇଶାଣେଶ୍ୱର ମନ୍ଦିରରେ ଦର୍ଶନ କରୁଥିବା ବେଳେ ମୋଦିଙ୍କ ଫୋନ୍ ଆସିଥିଲା ଏବଂ ଶ୍ରୀ ପ୍ରଧାନ ଇଶାଣେଶ୍ୱର ମନ୍ଦିରରେ ଉପସ୍ଥିତ ଥିବା କଥା ଜଣାଇଥିଲେ ଏହା ସହ ଗଞ୍ଜାମ ବାସୀଙ୍କୁ କାଶୀ ବିଶ୍ୱନାଥ ଦର୍ଶନ କରିବାକୁ ନିମନ୍ତ୍ରଣ କରିଥିଲେ । ଜଗନ୍ନାଥଙ୍କ ଅନନ୍ୟ ଭକ୍ତ ନରେନ୍ଦ୍ର ମୋଦି ଓଡ଼ିଆଙ୍କୁ ଯେଉଁ ସମ୍ମାନ ଦେଇଛନ୍ତି ଓଡ଼ିଶା ବାସୀ ଆଗାମୀ ଚାରିଶହ ବର୍ଷ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବୁଲି ପାରିବେ ନାହିଁ ବୋଲି ଶ୍ରୀ ପ୍ରଧାନ କହିଥିଲେ ।

ଦେଶରେ ପୋଲିଓ ଟିକା ନିର୍ମାଣ ପାଇଁ ତିରିଶି ବର୍ଷ ଲାଗିଥିବା ବେଳେ ମୋଦି ଦେଢ଼ ବର୍ଷ ମଧ୍ୟରେ କରୋନା ଟିକା ପ୍ରସ୍ତୁତ କରି ଦୁଇଶହ କୋଟି ଟିକା କରଣ କରାଯାଇସରିଲାଣି । ମୋଦି ଅଛନ୍ତି ତୋ ସବୁ ସମ୍ଭବ ବୋଲି କହିଥିଲେ । ଆଜି ଦେଶ ବିଦେଶରେ ମୋଦିଙ୍କ ପ୍ରତି ବିଶ୍ୱାସ ଏବଂ ସ୍ୱୀକୢତି ବଢ଼ୁଛି । ବିଶେଷ କରି ବିଶ୍ୱର ଗରିବ ଅଞ୍ଚଳରେ ମୋଦିଙ୍କ ପ୍ରତି ଆକର୍ଷଣ ବଢ଼ୁଛି ।

ଦେଶରେ ଗରିବଙ୍କ ପାଇଁ ଘର,ବ୍ୟାଙ୍କରେ ଖାତା,ବିଶେଷ କରି କରୋନା ସମୟରେ ମାଁ ମାନଙ୍କ ଖାତାରେ ଦେଢ଼ ହଜାର ଟଙ୍କା,କୢଷକ ସମ୍ମାନ ନିଧି,ଜନଧନ ଖାତା,ମୁଦ୍ରା ଲୋନ୍,ପ୍ରତି ଘରକୁ ବିଜୁଳି,ପ୍ରତି ଘରକୁ ନଳରେ ପିଇବା ପାଣି,ରେଳପଥ ହେଉ କିମ୍ୱା ଜାତୀୟ ରାଜପଥ,ବ୍ରହ୍ମପୁର ଠାରେ ଏୟିରପୋର୍ଟ ପାଇଁ ରାଜ୍ୟ ସରକାର ଜମି ଦେଲେ କେନ୍ଦ୍ର ସରକାର ବ୍ରହ୍ମପୁର ଠାରେ ଏୟିରପୋର୍ଟ କରିବାକୁ ଯୋଜନା ଆରମ୍ଭ କରିବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ । ନରେନ୍ଦ୍ର ମୋଦିଙ୍କ ନଜରରେ ଓଡ଼ିଶା ହେଉଛି ଗରିବ କଲ୍ୟାଣର ପ୍ରୟୋଗଶାଳା । ଦିଲ୍ଲୀରେ ମୋଦିଙ୍କ ଶାସନ ଚାଲିନି, ସେବା ଚାଲିଛି । ନରେନ୍ଦ୍ର ମୋଦି ନିଜକୁ ପ୍ରଧାନମନ୍ତ୍ରୀ ଭାବୁନାହାନ୍ତି ସେ ନିଜକୁ ଭାବୁଛନ୍ତି ପ୍ରଧାନ ସେବକ । ମୋଦିଙ୍କ ହାତ ମୁଠାକୁ ଆହୁରି ମଜବୁତ୍ କରିବା ପାଇଁ ଓଡ଼ିଶା ବାସୀ ଆହୁରି ଅଧିକ ଆଶିର୍ବାଦ କରିବାକୁ ଜଣାଇଥିଲେ ।ପରେ ତାଙ୍କ କରକମଳରେ ଲୋକ କଲ୍ୟାଣ ପାଇଁ “ବନ୍ଦେ ମାତରଂ ଭବନର” ଶୁଭ ଉଦଘାଟନ କରିଥିଲେ । ଆଜିର ଏହି କାର୍ଯକର୍ତ୍ତା ସମ୍ମିଳନୀରେ ଜିଲ୍ଲା ସଭାପତି ବିଭୂତି ଜେନାଙ୍କ ସମେତ ଘୁମୁସର ସାଂଗଠନିକ ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ,ରାଜ୍ୟ ଉପ ସଭାନେତ୍ରୀ ଅନିତା ସୁଭଦର୍ଶନୀ, ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚ଼ରଣ ପତି,ସରୋଜ ସାବତ,ମନୋରଞ୍ଜନ ଦ୍ୟାନସାମନ୍ତରା,ପ୍ରଶାନ୍ତ କର, ନୀଳମଣି ବିଷୋୟୀ,ରଞ୍ଜନ ପଲ୍ଲେଇ,ଶିଶିର ମିଶ୍ର,ବବିତା ପାତ୍ର, ଭାରତୀ ବେହେରା,ମହନ୍ତ ଚିନ୍ମୟାନନ୍ଦ ଦାସ, ଅରୁଣ ପଣ୍ଡା, ମହେଶ ମହାନ୍ତି,ପୢଥିବୀରାଜ ମହାପାତ୍ର, ଭଗବାନ ପଣ୍ଡା,ବିନାୟକ ତ୍ରିପାଠୀ,ପ୍ରଦ୍ୟୁମ୍ନ ନାୟକ,ଦେବରାଜ ମହାନ୍ତି,ସିଦ୍ଧାନ୍ତ ଗଙ୍ଗଦେବ,ଜିଲ୍ଲା ସାଧାରଣ ସମ୍ପାଦକ ଏନ୍.ରାଜେନ୍ଦ୍ର କୁମାର,ପ୍ରଭାତ କିରଣ ଷଡଙ୍ଗୀ,ଗଙ୍ଗାଧର ଶତପଥି,ବିନୋଦ ମିଶ୍ର,ରାଜେଶ ସାହୁ,ସନତ୍ ନାୟକ,ସୁଭାଶୀଷ ସାହୁ,ସୁନିଲ ପାତ୍ର,ବ୍ରଜମୋହନ ନାୟକ,ରାମ କୁମାର ପାତ୍ର,ପରେଶ ରଥ,ରଜତ୍ ପଣ୍ଡିତ,ସୁଶାନ୍ତ ନାୟକ,ରଶ୍ମୀରେଖା ମହାପାତ୍ର,ମୋହନ ରାଓ,ପ୍ରଶାନ୍ତ ନାୟକ,ଏଲ୍.ମହୋନ ଦାସ,ସର୍ମିଷ୍ଠା ପ୍ରଧାନ,ମାନସ ସ୍ୱାଇଁ,କିର୍ତ୍ତନ ଦାସ, ୱାଇ.ସଂଯୁକ୍ତା,ସୂର୍ଯ୍ୟମଣି ନାୟକ,ମୋଦନ ପାତ୍ର,ପ୍ରଦୀପ ଶତପଥି,ସୁଶିଳା ମଲ୍ଲିକ, ବାଳକୃଷ୍ଣ ସାମନ୍ତରା,ଲକ୍ଷ୍ମୀ ଚ଼ରଣ ପଣ୍ଡା,ସନ୍ତୋଷିନୀ ମହାରଣା, ନୀଳକଣ୍ଠ ସାହୁ,ସାବିତ୍ରୀ ନାୟକ,ସବିତା ସାହୁ, ଡ଼ି.କରୁଣାକର,ବନିତା ସାହୁ,ଶିଶିର ପାଢ଼ୀ,ଶିବ ଶଙ୍କର ଶତପଥି,ସୁନିଲ କୁମାର ସାହୁ ପ୍ରମୁଖଙ୍କ ସହ ସମସ୍ତ ମଣ୍ଡଳ ସଭାପତି,ଜିଲ୍ଲା ପଦାଧିକାରୀ, ମୋର୍ଚ୍ଚା ସଭାପତିଙ୍କ ସମେତ ଦଶ ହଜାରରୁ ଉର୍ଦ୍ଦ ବିଜେପି କାର୍ଯକର୍ତ୍ତା ଉପସ୍ଥିତ ଥିଲେ । ଶେଷରେ ବ୍ରହ୍ମପୁର ବିଧାନସଭାର ବିଧାୟକ ପାର୍ଥି କାହ୍ନୁ ଚ଼ରଣ ପତି ଧନ୍ୟବାଦ ଦେଇଥିଲେ । ଆଜି କେନ୍ଦ୍ର ମନ୍ତ୍ରୀଙ୍କୁ ଗଞ୍ଜାମ ବାର୍ ଏସୋଷିସାନ୍ ସମେତ ବିଭିନ୍ନ ସଂଗଠନର ସଦସ୍ୟ ସାକ୍ଷାତ କରି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଆପଣଙ୍କ – ସୁନିଲ କୁମାର ସାହୁ, ମିଡ଼ିଆ ଇନଚାର୍ଜ, ବିଜେପି, ଗଞ୍ଜାମ ଜିଲ୍ଲା ।

nis-ad
Leave A Reply

Your email address will not be published.