ପୁଣି ଅଟକିଲା ବ୍ରହ୍ମ ତାଳଧ୍ଵଜ ରଥ

କେନ୍ଦ୍ରାପଡା: ପୁନର୍ବାର ଅଧାରେ ଅଟକିଲା ବିଶ୍ୱ ନିୟନ୍ତାଙ୍କ ରଥ । ଗୁଣ୍ଡିଚାଯାତ୍ରା ମାଉସୀ ମା’ ଘରକୁ ଯିବା ସମୟରେ ରଥ ବାମ ମୋଡ଼ ନେଇ ବାରମ୍ବାର ଅଟକି ଯାଉଛି ।

କେନ୍ଦ୍ରାପଡ଼ାର ଆରାଧ୍ୟ ମହାପ୍ରଭୁ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ଵଜ ରଥ ୪ ଦିନଧରି ଚାଲିବ । ଆଜି ପରମ୍ପରା ଅନୁଯାୟୀ ଅପରାହ୍ନରେ ଦ୍ଵିତୀୟ ଦିନର ରଥ ଟଣା ଆରମ୍ଭ ହୋଇଥିଲା ।

ରଥ ଟଣାଯିବା ସମୟରେ ପୁଣିଥରେ ରଥ ବାମ ମୋଡ଼ ନେଇ ରାସ୍ତା ପାର୍ଶ୍ଵରେ ଥିବା ଉଠା ଦୋକାନରେ ଲାଗିଯିବାରୁ ଅଟକି ରହିଛି । ତେବେ ଗତଥର ଭଳି ଚଳିତଥର ମଧ୍ୟ ବ୍ରହ୍ମ ତାଳଧ୍ଵଜ ରଥକୁ ଉଠାଇବା ପାଇଁ ଉଭୟ ରେଲୱେ ଜଗ ଏବଂ ଇଞ୍ଜିନିୟରଙ୍କ ସହାୟତା ଲୋଡିଛି ପ୍ରଶାସନ ।

nis-ad
Leave A Reply

Your email address will not be published.