ଦାରିଙ୍ଗବାଡ଼ିରେ ଥିବା ବହୁମୂଖୀ ସମବାୟ ସମିତିର ସଭାପତି ହେଲେ ଲିଲିମା ପ୍ରଧାନ

ଦାରିଙ୍ଗବାଡ଼ି, ୧୦/୭, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଠାରେ ଥିବା ବହୁମୂଖୀ ସମବାୟ ସମିତି ଲିଃ କାର୍ଯ୍ୟାଳୟରେ ରବିବାର ଦିନ ସଭାପତି ପାଇଁ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ଏଥିରେ ନିର୍ବାଚନ ଅଧିକାରୀ ଏସ ସଦାନନ୍ଦ ଯୋଗ ଦେଇ ନିର୍ବାଚନ ପ୍ରକ୍ରିୟା ପରିଚାଳନା କରିଥିବା ବେଳେ ଲ୍ୟାମ୍ପସ ପରିଚାଳକ ଇନ ଚାର୍ଜ ଚନ୍ଦ୍ରମୋହନ ସାହୁ ଉପସ୍ଥିତ ଥିଲେ। ସମିତିର ୧୫ଜଣ ସଦସ୍ୟ ଓ ସଦସ୍ୟା ମଧ୍ୟରେ ଲିଲିମା ପ୍ରଧାନ ଏବଂ ଚକ୍ରଧର ମଳିକ ସଭାପତି ପାଇଁ ପ୍ରାର୍ଥୀ ହୋଇଥିଲେ। ୧୫ ଜଣ ଭୋଟ ଦେଇଥିବା ବେଳେ ସେଥିମଧ୍ୟରୁ ଗୋଟିଏ ନାକଚ ହୋଇଥିବା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଚକ୍ରଧର ମଲ୍ଲିକଙ୍କୁ ୫ ଖଣ୍ଡ ଭୋଟ ମିଳିଥିବା ବେଳେ ଲିଲିମା ପ୍ରଧାନ ସର୍ବାଧିକ ୯ ଖଣ୍ଡ ଭୋଟ ଅର୍ଥାତ ୪ ଗୋଟି ଅଧିକ ଭୋଟ ପାଇ ବିଜୟୀ ହୋଇ ନୂତନ ସଭାପତି ଦାୟିତ୍ୱ ଗ୍ରହଣ କରିଛନ୍ତି ।

nis-ad
Leave A Reply

Your email address will not be published.