ଲୁଟେରାଙ୍କ ଚରାଭୂମି ପାଲଟିଛି ବ୍ରହ୍ମପୁର ସହର

ବ୍ରହ୍ମପୁର : ବ୍ରହ୍ମପୁର ସହର ଏବେ ଲୁଟେରାଙ୍କ ଚରାଭୂମି ପାଲଟିଛି ଯାହାକୁ ନେଇ ଜନସାଧାରଣ ଙ୍କ ମନ ରେ ଗୋଟିଏ ପ୍ରକାର ଡର ଓ ଆଶଙ୍କା ଉଙ୍କି ମାରିବାରେ ଲାଗିଲାଣି l ଗତ ୫ ତାରିଖ ଦିନ ଘରେ କେହି ନଥିବାର ସୁଯୋଗ ପାଇ ଗୋସାଣି ନୁଆଁ ଗାଁ ଥାନା ଅନ୍ତର୍ଗତ ଚାଞ୍ଚଡା ପଡିଆ ସାହି ରେ ଲୁଟ ହେଇଥିବା ବେଳେ ଆଜି ପବିତ୍ର ରଥ ଯାତ୍ରା ର ଶ୍ରୀ ଜିଉଙ୍କ ସୁନାବେଶ ଏବଂ ବଡ ଏକାଦଶୀ ରେ ଶ୍ରୀ ଶ୍ରୀ ଉତ୍ତରେଶ୍ୱର ମନ୍ଦିର ପାଖରୁ କିଛି ସମୟ ର ବ୍ୟବଧାନ ରେ ଦୁଇଟି ଲୁଟ ଦେଖିବାକୁ ମିଳିଛି l ସୂଚନା ପ୍ରକାରେ ଆଜି ଉତ୍ତରେଶ୍ୱର ମନ୍ଦିର ଠାରେ ଜଗତର ନାଥ ପ୍ରଭୁ ଜଗନ୍ନାଥ ଙ୍କ ସୁନାବେଶ ଦେଖିବା ପାଇ ବହୁତ ଶ୍ରଦ୍ଧାଳୁ ଯିବା ଆସିବା ଲାଗିଥିବା ବେଳେ ଭୋର ପ୍ରାୟ ୫ ଟା ରେ ଗୋଟିଏ ଗାଡି ରେ ଦୁଇ ଜଣ ଆସି ଜଣେ ମହିଳା ଙ୍କ ବେକ ରେ ପିନ୍ଧିଥିବା ସୁନା ଚେନ କୁ ଝାମ୍ପି ଲୁଟ କରିଥିବା ବେଳେ ପୁଣି ସକାଳ ପ୍ରାୟ ୮.୩୦ ସମୟ ରେ ସେହି ମନ୍ଦିର ପାଖରୁ ଆଉ ଜଣେ ମହିଳା ଙ୍କ ଠାରୁ ଲୁଟ ହେଇଥିବା ଜଣା ପଡିଛି l କିନ୍ତୁ ଗୋଟିଏ ଜାଗା ରୁ କିଛି ମାତ୍ର ସମୟ ର ବ୍ୟବଧାନ ରେ ଦୁଇଟି ଚୋରି ହେବା ବେଳେ ମାତ୍ର ୫୦୦ ମିଟର ଦୂରରେ ଗୋଶାଣୀନୁଆଗାଁ ପୋଲିସ ଥାନା ଥିଲେ ମଧ୍ୟ ଏବେ ଯାଏଁ କୌଣସି ପ୍ରକାର ର ପଦକ୍ଷେପ ନିଆ ଯାଇ ନ ଥିବା ଲୋକଙ୍କ ମନ ରେ ଭୟ ର ବାତାବରଣ ସୃଷ୍ଟି କରିଛି, ସୂଚନା ଥାଉକି ଜଗନ୍ନାଥ ଙ୍କ ସୁନାବେଶ ଦେଖିବାକୁ ଭକ୍ତ ଙ୍କ ଭିଡକୁ ଦେଖି ପୋଲିସ ପକ୍ଷରୁ ମଧ୍ୟ କଡା ସୁରକ୍ଷା କରାଯାଇଛି କିନ୍ତୁ ଉକ୍ତ ପୋଲିସ ଥାନା ଅଂଚଳରେ ଦୁର୍ବଳ ପେଟ୍ରୋଲିଙ୍ଗ ଜଗୁ ପୋଲିସ ଆଖିରେ ଧୂଳି ଦେଇ ଲୁଟେରା ମାନେ ଲୁଟିବାରେ ସକ୍ଷମ ହେଉଥିବା ଦେଖିବାକୁ ମିଳୁଛି, ଦିନକୁ ଦିନ ଅପରାଧୀ ଙ୍କ ଚରାଭୂମି ପାଲଟିବା ପୂର୍ବରୁ ପୋଲିସ ପ୍ରଶାସନ ଏହାକୁ ଗୁରୁତ୍ୱ ଦେବାକୁ ଅଞ୍ଚଳ ଵାସୀ ଅନୁରୋଧ କରିଛନ୍ତି

nis-ad
Leave A Reply

Your email address will not be published.