ବାହୁଡ଼ିଲେ ଚତୁର୍ଦ୍ଧାମୂର୍ତ୍ତି

ଫୁଲବାଣୀ : ଆଜି ପ୍ରଭୁଙ୍କ ନଵଦିନାତ୍ମକ ଯାତ୍ରାର ଅନ୍ତିମ ପର୍ଯ୍ୟାୟ ଯାହାକି ପବିତ୍ର ବାହୁଡା ଯାତ୍ରା ନାମରେ କଥିତ। ବାହୁଡିଛନ୍ତି ଚତୁର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିର ଅଭିମୁଖେ । ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି ଏହି ଯାତ୍ରା। ତୁହାକୁ ତୁହା ବର୍ଷା ସତ୍ତ୍ୱେ ବାହୁଡା ଯାତ୍ରାରେ ଭକ୍ତ ମାନଙ୍କ ପ୍ରବଳ ଭିଡ ହୋଇଥିଲା l ରଥ ଉପରେ ୩ ଠାକୁରଙ୍କୁ ଦର୍ଶନ କରିବା ସହ ରଥ ଟାଣିବା ପାଇଁ ଫୁଲବାଣୀ ସହର ସମେତ ଆଖପାଖ ଅଞ୍ଚଳର ଭକ୍ତ ମାନଙ୍କ ପ୍ରବଳ ଭିଡ଼ ହୋଇଥିଲା l ସକାଳୁ ସକାଳୁ ମଙ୍ଗଳ ଆଳତିସହ ମଇଲମ, ରୋଷ ଘର ହୋମ, ପରେ ସୂର୍ଯ୍ୟ ଦେବ ପୂଜା, ଅବକାଶ ଓ ଦ୍ୱାରପାଳ ପୂଜା, ଅନୁଷ୍ଠିତ ହୋଇଥିଲା l ପରେ ତିନି ଠାକୁରଙ୍କ ସହ ସୁଦର୍ଶନଙ୍କୁ ରଥ ଉପରକୁ ପହଣ୍ଡି ବିଜେ କରାଜାଇଥିଲା l ଅତିରିକ୍ତ ଜିଲାପାଳ ବସନ୍ତ ସାହୁ ଛେରାପହଁରା କରିଥିଲେ l ଦିନ ଦୁଇଟା ବେଳେ ରଥ ଟଣା ଆରମ୍ଭ ହୋଇଥିଲା l ଏହି ଅବସରରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଏସ ପି ଭିନୀତ ଅଗ୍ରୱାଲ, ଉପଜିଲାପାଳ ଶେଷ ଦେବ ମିଶ୍ର, ପି ଏ ଆଇଟିଡିଏ ବୀରେନ୍ଦ୍ର କୁମାର ଦାସ, ପୌରାଧ୍ୟକ୍ଷା ସ୍ମିତା ରାଣୀ ମହାନ୍ତି ପ୍ରମୁଖଙ୍କ ସମେତ ବହୁ ମାନ୍ୟ ଗଣ୍ୟ ଵ୍ୟକ୍ତି ଯୋଗ ଦେଇଥିଲେ l ରଥଟଣା କାର୍ଯ୍ୟକ୍ରମ ଏସ୍ଡ଼ିପିଓ ମହେନ୍ଦ୍ର ନାଥ ମୂର୍ମୁ,ଥାନା ଅଧିକାରୀ ସୁଶାନ୍ତ ସେଠୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ପର୍ଣ୍ଣ ହୋଇଥିଲା lଏଥି ସହିତ ଟିମ ହ୍ୟୁମାନିଟି କନ୍ଧମାଳର ସ୍ୱେଚ୍ଛାସେବୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.