ରାଜ୍ୟ କଂଗ୍ରେସର ୪ ଜଣିଆ ଫ୍ୟାକ୍ଟ ଫାଇଣ୍ଡ ଟିମର ଆର ଏ ସି ୧୩ ନମ୍ବର ଗ୍ରାମକୁ ଗ୍ରସ୍ତ…

ମାଲକାନଗିରି : ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଆର ଏ ସି-୧୩ ଗ୍ରାମରେ ପହଂଚି ଥିଲେ କଂଗ୍ରେସ ପ୍ରଦେଶ କମିଟିର ୪ଜଣିଆ ଅନୁସନ୍ଧାନ କମିଟି ସଦସ୍ୟ ପହଁଚି ଥିଲେ । ଏହି ବର୍ଷ ଜୁନ ୭ ତାରିଖର ରାତିରେ ଚିତ୍ରକୋଣ୍ଡା ଏସ୍ଡିପିଓ ଅଂଶୁମାନ ଦ୍ବିବେଦୀ ଙ୍କ ନେତୃତ୍ୱରେ ରାତିରେ ୧ଘଂଟା ସମୟ ଆର ଏ ସି ୧୩, ଆର ଏ ସି ୧୦,ଆର ଏ ସି୧୩ ଓ ପୁରୁଣା ପାଣି ଗ୍ରାମରେ ପଶି ବିନା ମହିଳା ପୋଲିସ ଉପସ୍ଥିତ ରେ ପଶି ଗଂଜେଇ ନାମ ବରବର୍ତା କରିଥିଲେ ।ଚିତ୍ରକୋଣ୍ଡା ପୋଲିସ ଅଧିକା ଆକ୍ରୋଶ ମୂଳକ ପଦକ୍ଷେପ ନେଇଥିଲେ ଏପରିକି ବୃଦ୍ଧା ମହିଳା,ଗର୍ଭବତୀ ମହିଳା ଓ ନାବାଳିକା ମଧ୍ୟ ବର୍ତ୍ତି ନଥିଲେ ଆଦିବାସୀ ମାଁନଙ୍କୁ ।ଜାଗା ଅଜାଗାରେ ନଦେଖି ମାଡ଼ ମାରିଥିଲେଜୁନ 20 ତାରିଖରେ ଗଣ ବିକ୍ଷୋଭ କରି ଚିତ୍ରକୋଣ୍ଡା ପୋଲିସ ଥାନା କୁ ଭଙ୍ଗାରୁଜା କରି ୧୮କଂଗ୍ରେସ କର୍ମୀଙ୍କୁ ଜେଲ ହୋଇଥିଲା ।ଏହି କମିଟି ତାର ବାହିନୀପତି ନେତୃତ୍ୱରେ ସନ୍ତୋଷ ସିଂ ସାଲୁଜା,କଣ୍ଟାବାଞ୍ଜି ବିଧାୟକ ଅଧିରାଜ ପାଣିଗ୍ରାହୀ,ଖରିଆର ବିଧାୟକ ରାଜନ ଏକ୍କା ରାଇରାଙ୍ଗ ପୁର ବିଧାୟକ ଅନୁସନ୍ଧାନ କମିଟିର ସଦସ୍ୟ ଥିଲେ।ଏହି କଂଗ୍ରେସ ଅନୁସନ୍ଧାନ କମିଟି ସମ୍ପୃଣ ତଥ୍ୟ ସଂଗ୍ରହ କରି ମାଲକାନଗିରି ଏସ ପିଙ୍କୁ ପ୍ରଦାନ ସହ ଏସ୍ଡିପିଓ ଙ୍କୁ କାର୍ଯ୍ୟରୁ ବହିଷ୍କାର ପାଇଁ ଦାବି କରିବେ ଓ ବିଧାନସଭା ଏହି ଘଟଣା ଉପସ୍ଥାପନା କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିବେ ବୋଲି କହିଛନ୍ତି ଶ୍ରୀ ବାହିନୀପତି ଓ ଶ୍ରୀ ସାଲୁଜା।

nis-ad
Leave A Reply

Your email address will not be published.