୧୦ମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଫଳ ପ୍ରକାଶିତ, ଏ. ଅଭିନାଶ ବ୍ଳକ ଟପ୍ପର


ହିଞ୍ଜିଳିକାଟୁ ବ୍ଳକରେ ପାସ ହାର ୯୯ % ଏ-୧ରେ ୪୬ ପରିକ୍ଷାର୍ଥୀ
ହିଞ୍ଜିିଳିକାଟୁ (୬/୭) : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷ ୧୦ମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଫଳ ବୁଧବାର ଦିନ ପ୍ରକାଶ ପାଇଛି । ସାରା ରାଜ୍ୟରେ ପାସହାର ୯୦% ରହିଥିବା ବେଳେ ହିଞ୍ଜିିଳିକାଟୁ ବ୍ଳକରେ ପାସ ହାର ୯୯% ରହିଛି । ଚଳିତ ବର୍ଷ ୧୦ ମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ହିଞ୍ଜିଳିକାଟୁ ବ୍ଳକର ୨୫ ଟି ସରକାରୀ ଓ ବେସରକାରୀ ଉଚ୍ଚ ବିଦ୍ୟାଳୟର ୧୯୦୫ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୮୮୮ ଜଣ ପାସ କରିଥିବା ବେଳେ ୧୭ ଜଣ ଫେଲ୍ ହୋଇଛନ୍ତି । ସେଥି ମଧ୍ୟରୁ ଏ-୧ରେ ୪୬ଜଣ , ଏ-୨ରେ ୧୭୪, ବି-୧ରେ ୩୩୧, ବି-୨ରେ ୫୭୦, ସି ଗ୍ରେଡ଼୍‌ରେ ୫୩୯,ଡ଼ି ଗ୍ରେଡ଼ରେ ୧୯୧, ଇ ଗ୍ରେଡ଼ରେ ୩୭ ପରୀକ୍ଷାର୍ଥ ଉତ୍ତୀର୍ଣ୍ଣ ହୋଇଥିବା ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଗିରିଧର ସୂଚନା ପ୍ରଦାନ କରିଛନ୍ତି । ହିଞ୍ଜିଳିକାଟୁ ପୌରାଞ୍ଚଳ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୪୧ ଜଣ ଶିକ୍ଷାର୍ଥୀ ଏ-୧ ରେ ପାସ କରିଛନ୍ତି । ସେମାନେ ହେଲେ ଏ. ଅଭିନାଶ- ୫୮୩ ମାର୍କ, ଅଙ୍କିତା ପ୍ରଧାନ ୫୮୧ ମାର୍କ, ଶ୍ରୀତମ ପାତ୍ର ୫୭୪ ମାର୍କ, ପ୍ରଜ୍ଞାରାଣୀ ଦଳେଇ ୫୭୨ ମାର୍କ , ଶୁଭସ୍ମିତା ଦଳେଇ ୫୬୯ ମାର୍କ, ଶୁଭେଷ ମହାପାତ୍ର ୫୬୪ ମାର୍କ, ଉଷାରାଣୀ ପଣ୍ଡା ୫୬୨ ମାର୍କ, ଅମ୍ରିତା ପାଣିଗ୍ରାହୀ ୫୬୨ ମାର୍କ ଓ ହ୍ରୀଷିତା କୁମାରୀ ସାହୁ ୫୬୨ ମାର୍କ ରଖିଛନ୍ତି । କଞ୍ଚୁରୁ ସରକାରୀ ହାଇସ୍କୁଲରେ ୧୧୯ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୧୬ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ବୁରୁପୋଡା ଭଗବତୀ ବିଦ୍ୟାପିଠରେ ୧୧୧ରୁ ସମସ୍ତ ପରୀକ୍ଷାର୍ଥୀ, ପୌରାଞ୍ଚଳ ବୃନ୍ଦାବନ ସରକାରୀ ହାଇସ୍କୁଲରେ ୩୦୪ରୁ ୩୦୩, ସରକାରୀ ଏଏନଏସି ହାଇସ୍କୁଲରେ ୬୬ରୁ ୬୪, ଗଣ୍ଡଳା ଗଣେଷ ବିଦ୍ୟାପିଠରେ ୧୦୩ରୁ ୧୦୧, ପୋଡିଙ୍ଗି ଶ୍ୟାମଳାଇ ହାଇସ୍କୁଲରେ ୩୯ରୁ ୩୮, ସାରୁ ହାଇସ୍କୁଲରେ ୫୬ରୁ ସମସ୍ତ, ବଡଖଣ୍ଡି ସତ୍ୟଭାମା ବିଦ୍ୟାପିଠରେ ୧୧୭ରୁ ୧୧୪, ସାପୁଆପଲ୍ଲୀ ଉନ୍ନୀତ ହାଇସ୍କୁଲରେ ୬୨ରୁ ୬୧, ଖଣ୍ଡରା ଉନ୍ନୀତ ହାଇସ୍କୁଲରେ ୨୫ରୁ ସମସ୍ତ, ଡି. ପାଟପୁର ଉନ୍ନୀତ ହାଇସ୍କୁଲରେ ୩୮ରୁ ସମସ୍ତ, ନନ୍ଦିକ ହାଇସ୍କୁଲରେ ୬୯ରୁ ସମସ୍ତ, ଦୟାପଲ୍ଲୀ ହାଇସ୍କୁଲରେ ୨୬ରୁ ସମସ୍ତ, ବାଳକୃଷ୍ଣପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ୩୩ ରୁ ସମସ୍ତ, ଜିପି ହାଇସ୍କୁଲ ସାହାପୁରରେ ୭୫ରୁ ସମସ୍ତ, ମକରଝୋଳ ହାଇସ୍କୁଲରେ ୩୫ରୁ ସମସ୍ତ, ଦୁର୍ବନ୍ଧ ଜିପି ହାଇସ୍କୁଲରେ ୯୭ରୁ ୯୬, ସିକିରି ଉଦୟନାଥ ହାଇସ୍କୁଲରେ ୧୦୩ରୁ ୧୦୧, ଆଲପୁର ହାଇସ୍କୁଲରେ ୫୫ରୁ ସମସ୍ତ, ଭାବନ୍ଧ ହାଇସ୍କୁଲରେ ୨୬ରୁ ସମସ୍ତ, ବେଲଗାଁ ରଘୁନାଥ ହାଇସ୍କୁଲରେ ୫୮ରୁ ସମସ୍ତ, ଖରିଡା ହାଇସ୍କୁଲରେ ୩୫ରୁ ସମସ୍ତ, ଶାସନଆମ୍ବଗାଁ ହାଇସ୍କୁଲରେ ୬୫ରୁ ସମସ୍ତ, ପୋଚିଲିମା ହାଇସ୍କୁଲରେ ୩୧ରୁ ସମସ୍ତ ଓ ହିଞ୍ଜିଳିକାଟୁ ପୌରାଞ୍ଚଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ୧୯୫ ଶିକ୍ଷାର୍ଥୀଙ୍କ ମଧ୍ୟରୁ ସମସ୍ତ ଶିକ୍ଷାର୍ଥୀ ଉତୀର୍ଣ୍ଣ ଲାଭ କରିଛନ୍ତି । ହିଞ୍ଜିଳିକାଟୁ ବ୍ଳକର ଶ୍ରେଷ୍ଠ ୧୦ ପରୀକ୍ଷାର୍ଥୀଙ୍କ ମଧ୍ୟରେ ସରକାରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟର ଅଙ୍କିତା ପୃଷ୍ଟି ୫୭୧, ସୁହାନି ପାଢି ୫୬୩ ମାର୍କ ରଖିଥିବା ବେଳେ ଦୁର୍ବନ୍ଧ ପଞ୍ଚାୟତ ହାଇସ୍କୁଲର ଶିକ୍ଷାର୍ଥୀ ଏନ. ଶୁଭଲକ୍ଷ୍ମୀ ୫୬୫ ମାର୍କ ରଖିଛନ୍ତି ।

nis-ad
Leave A Reply

Your email address will not be published.