ଇସ୍ତଫା ଦେବେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ

ଲଣ୍ଡନ: ଇସ୍ତଫା ଦେବେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ। ମନ୍ତ୍ରିମଣ୍ଡଳରେ ବିଦ୍ରୋହ ପରେ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ ଇସ୍ତଫା ଦେବାକୁ ରାଜି ହୋଇଯାଇଛନ୍ତି। ଏ ନେଇ ବ୍ରିଟିଶ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।
୪୧ମନ୍ତ୍ରୀଙ୍କ ବିଦ୍ରୋହ ପରେ ସେ ନିଜ କଞ୍ଜରଭେଟିଭ ଦଳ ପକ୍ଷରୁ ହିଁ ଘେରି ଯାଇଥିଲେ। ଦୁଇ ଦିନ ମଧ୍ୟରେ ୪୦ ଅଧିକ ମନ୍ତ୍ରୀ ତାଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ପରେ ତାଙ୍କ ଉପରେ ଚାପ ପଡିଥିଲା। ତାଙ୍କ ଇସ୍ତଫା ନେଇ ଦାବି ଜୋର ଧରିଥିଲା। ଏହାପରେ ସେ ଦଳର ସଭାପତି ପଦରୁ ଇସ୍ତଫା ଦେବାକୁ ରାଜି ହୋଇଛନ୍ତି।
ଜଣେ ନୂତନ ପ୍ରଧାନମନ୍ତ୍ରୀ ନିର୍ବାଚିତ ନହେବା ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ। ତେବେ ଭାରତୀୟ ବଂଶଦ୍ଭୋବ ରିଷି ସୁନକ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଦୌଡରେ ଥିବା ସୂଚନା ରହିଛି।
ବିବିସି ନ୍ୟୁଜ୍‌ର ସୂଚନା ମୁତାବକ, ନବ ନିଯୁକ୍ତ ମନ୍ତ୍ରୀମାନେ ମଧ୍ୟ ବୋରିସଙ୍କ ହାତ ଛାଡି ଦେଇଥିଲେ। ତାଙ୍କ କ୍ୟାବିନେଟ୍‌ରୁ ପାଖାପାଖି ୫୦ରୁ ଅଧିକ ସଦସ୍ୟ ଇସ୍ତଫା ଦେଇଥିଲେ। ଏଥିମଧ୍ୟରୁ ୮ଜଣ ମନ୍ତ୍ରୀ ଏବଂ ଦୁଇ ରାଜ୍ୟ ସଚିବ ଗତ ୨ଘଣ୍ଟା ମଧ୍ୟରେ ଇସ୍ତଫା ଦେଇଛନ୍ତି। ଏହା ଜନସନଙ୍କୁ ଅତ୍ୟଧିକ ଝଟ୍‌କା ଦେଇଥିଲା। ମିଡିଆ ରିପୋର୍ଟ ଅନୁଯାୟୀ ଜନସନଙ୍କୁ ବର୍ତ୍ତମାନ ବିଦ୍ରୋହୀ ନେତାଙ୍କ ଦାବିରେ ମୁଣ୍ଡ ନୁଆଁଇବାକୁ ପଡିଛି। ସେ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି।
ଅନେକ ଦିନ ଧରି ନିଜ ପଦ ପାଇଁ ଲଢ଼ିବା ପରେ ଜନ୍‌ସନ ତାଙ୍କ ଦଳର କିଛି ନେତାଙ୍କୁ ଛାଡିଦେଲେ ଅନ୍ୟ ସମସ୍ତେ ତାଙ୍କ ହାତ ଛାଡି ଦେଇଥିଲେ। ୨୦୧୯ ରେ ଅଧିକାଂଶ ଭୋଟ୍‌ ହାତେଇ କ୍ଷମତାକୁ ଆସିଥିବା ୫୮ ବର୍ଷିୟ ଜନସନ ଏହାକୁ ଗ୍ରହଣ କରିବା କଷ୍ଟସାଧ୍ୟ ଥିଲା।

nis-ad
Leave A Reply

Your email address will not be published.