ବିଜେବି କଲେଜ ଛାତ୍ରୀ ମୃତ୍ୟୁ ଘଟଣା: ଆସିଲା ରୁଚିକା ମହାନ୍ତିଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ୱର: ବିଜେପି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ୍ୟୁ ଘଟଣାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ଏହାରି ମଧ୍ୟରେ ସାମ୍ନାକୁ ଆସିଛି ରୁଚିକାଙ୍କ ପୋଷ୍ଟମର୍ଟମ ରିପୋର୍ଟ । ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି ।

ସୂଚନା ଅନୁସାରେ, ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ୍ୟୁର ପୋଷ୍ଟ ମର୍ଟମ ରିପୋର୍ଟ ଏବେ ପୋଲିସର ହସ୍ତଗତ ହୋଇଛି ।

ଶ୍ୱାସରୁଦ୍ଧ ହୋଇ ରୁଚିକାଙ୍କ ମୃତ୍ୟୁ ହୋଇଥିବା ନେଇ ପୋଷ୍ଟମର୍ଟମରେ ଉଲ୍ଲେଖ କରାଯାଇଛି । ବେକରେ ରଶି ଲଗାଇ ଝୁଲି ପଡିବାରୁ ତାଙ୍କର ଶ୍ୱାସରୁଦ୍ଧ ହୋଇଥିଲା । ଫଳରେ ପ୍ରାଣ ହରାଇଥିଲେ ରୁଚିକା । ପୋଷ୍ଟମର୍ଟମ ରିପୋର୍ଟ ହାତରେ ଲାଗିବା ପରେ ଏହି ଆଧାରରେ ପୋଲିସ ତଦନ୍ତ ଆଗକୁ ବଢାଇଛି । ସେପଟେ ଝିଅର ନ୍ୟାୟ ପାଇଁ ପରିବାର ସହିତ ବିଭିନ୍ନ ଛାତ୍ର ସଂଗଠନ କଲେଜ ସମ୍ମୁଖରେ ଧାରଣାରେ ବସିଛନ୍ତି ।

nis-ad
Leave A Reply

Your email address will not be published.