ମମିତା ମେହେର ହତ୍ୟା ଘଟଣାରେ ତୃତୀୟ ଲୋକର ସମ୍ପୃକ୍ତି ନାହିଁ : ଗୃହମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭାରେ ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ମାମଲା । ଗୋବିନ୍ଦ ସାହୁ ଓ ରାଧେଶ୍ୟାମ ଚଣ୍ଡୀଙ୍କ ଛଡା ଘଟଣାରେ ଆଉ କାହାର ସମ୍ପୃକ୍ତି ନାହିଁ ବୋଲି ସ୍ପଷ୍ଟ କରିଛି ଗୃହ ବିଭାଗ । ମାମଲାରେ ସମସ୍ତ ଚାର୍ଜ ସିଟ୍ ଦାଖଲ କରାଯାଇ ସାରିଛି । ଏହି ଘଟଣାରେ ଅନ୍ୟ କୌଣସି ବ୍ୟକ୍ତି ବିଶେଷଙ୍କର ସମ୍ପୃକ୍ତି ନାହିଁ ବୋଲି ତଦନ୍ତରୁ ଜଣାପଡିଛି ।

ଆଜି ବିଧାନସଭାରେ ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ପ୍ରଶ୍ନରେ ଏଭଳି ଉତ୍ତର ଦେଇଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ।

ପୂର୍ବରୁ ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା ପୋଲିସ । ୧୨୦ ଦିନ ପୂର୍ବରୁ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଛି । ବଙ୍ଗୋମୁଣ୍ଡା JMFC କୋର୍ଟରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ସହଯୋଗୀ ରାଧେଶ୍ୟାମ ଚଣ୍ଡିଙ୍କ ନାଁରେ ଚାର୍ଜସିଟ ଦାଖଲ ହୋଇଛି ।

ପୋଲିସ ପକ୍ଷରୁ ପାଖାପାଖି ଦୁଇ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଥିବା ସୂଚନା ମିଳିଛି । ଗତ ଅକ୍ଟୋବର ୮ ତାରିଖରେ ଅଧ୍ୟାପିକା ମମିତା ମେହେରକୁ କଲେଜ ଅଧ୍ୟକ୍ଷ ଗୋବିନ୍ଦ ସାହୁ ହତ୍ୟା କରିଥିଲେ । ଏହି ହତ୍ୟାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ତାର ସହଯୋଗୀ ରାଧେ ମଧ୍ୟ ସଂଶ୍ଲିଷ୍ଟ ରହିଥିଲା । ମାମଲାରେ ଉଭୟଙ୍କୁ ଗିରଫ କରାଯାଇଥିଲା ।

nis-ad
Leave A Reply

Your email address will not be published.