ବିଜେବି ଛାତ୍ରୀ ଆତ୍ମହତ୍ୟା ମାମଲା: ଏବେ ସୁଦ୍ଧା ୧୦୦ରୁ ଅଧିକଙ୍କୁ ଜେରା

ଭୁବନେଶ୍ୱର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ଏବେ ସୁଦ୍ଧା ୧୦୦ରୁ ଅଧିକଙ୍କୁ ଜେରା କରାଗଲାଣି । ରବିବାର ପୋଲିସ ୬୨ ଜଣଙ୍କୁ ଜେରା କରିଥିଲା । ଜେରାରୁ ୨ ଅଭିଯୁକ୍ତ ଛାତ୍ରୀଙ୍କ ବିଷୟରେ ସୂଚନା ମିଳିଛି । ସୁଇସାଇଡ଼ ନୋଟରେ ୩ ଜଣଙ୍କ ସମ୍ପର୍କରେ ଉଲ୍ଲେଖ କରିଥିଲେ ରୁଚିକା ।

ର଼୍ୟାଗିଂ କରିଥିବା ଛାତ୍ରୀମାନେ ଯୁକ୍ତ ୩ ବିଜ୍ଞାନ ଶେଷବର୍ଷର ଛାତ୍ରୀ ବୋଲି ଜଣାପଡ଼ିଛି। ସୁଇସାଇଡ ନୋଟ୍‌ ସହିତ ହଷ୍ଟେଲ କର୍ତ୍ତୃପକ୍ଷ ଓ ଛାତ୍ରୀଙ୍କୁ ପଚରାଉଚରା କରି ୩ଜଣିଆ ସ୍ବତନ୍ତ୍ର ଟିମ୍‌ ତଦନ୍ତ କରୁଛନ୍ତି। ରୁମ୍‌ମେଟ, ସିନିୟର ଛାତ୍ରୀ, ହଷ୍ଟେଲ୍‌ ସୁପରିଟେଣ୍ଡଣ୍ଟ, ଓ୍ବାର୍ଡେନ, ଆସିଷ୍ଟାଣ୍ଟ ୱାର୍ଡେନଙ୍କ ସମେତ ଫ୍ଲୋର ଇନଚାର୍ଜଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ଧାରା ୧୬୧ରେ ରୁମ୍‌ମେଟ ଏବଂ ୱାର୍ଡେନଙ୍କ ବୟାନ ରେକର୍ଡ ହୋଇଛି । ହଷ୍ଟେଲରେ ମୋଟ ୧୩୪ଜଣ ସିନିୟର ଛାତ୍ରୀ ଥିବା ଜଣାପଡ଼ିଛି।

nis-ad
Leave A Reply

Your email address will not be published.