ତାଳଧ୍ୱଜ ଓ ଦେବଦଳନ ରଥରେ ଫାଟ, ବୈଷୟିକ ଟିମ୍ ପକ୍ଷରୁ ଯାଞ୍ଚ

ପୁରୀ: ନନ୍ଦିଘୋଷ ପରେ ତାଳଧ୍ୱଜ ଓ ଦେବଦଳନ ରଥରେ ଫାଟ । ରଥ ନିର୍ମାଣ ବୈଷୟିକ ଟିମ୍ ପକ୍ଷରୁ ଯାଞ୍ଚ ବେଳେ ଏହା ଜଣାପଡିଛି । ତାଳଧ୍ୱଜର ପଡ଼ିନାହାକା ଚକ ଓ ଦେବଦନଳର ବଡ଼ ଉଛୁଳା ଚକରେ ଫାଟ ଦେଖିବାକୁ ମିଳିଛି । ଉଭୟ ଚକରେ ଲୁହା ପ୍ଲେଟ ଲଗାଯିବ ବୋଲି କହିଛନ୍ତି ପିଡବ୍ଲୁଡି ସୁପରିଣ୍ଟେଣ୍ଡେଣ୍ଟ ।

ତେବେ ଆସନ୍ତାକାଲି ପବିତ୍ର ହେରାପଞ୍ଚମୀ। ବୁଧବାର ହେବ ତିନି ରଥର ଦକ୍ଷିଣ ମୋଡ଼। ଏହା ପୂର୍ବରୁ ଆଜି ପୂର୍ତ୍ତ ବିଭାଗ ପକ୍ଷରୁ ତିନି ରଥକୁ ଟିକିନିଖି ଯାଞ୍ଚ କରାଯାଇଛି। ରଥଯାତ୍ରା ଦିନ ବଡ଼ଦାଣ୍ଡରେ ଅଢେଇ କିଲୋମିଟର ତିନି ରଥ ଗଡିବା ପରେ ରଥର ଯାଞ୍ଚ ଆବଶ୍ୟକ ପଡ଼ିଥାଏ। ରଥଯାତ୍ରା ପୂର୍ବରୁ ତିନି ରଥର ଫିଟନେସ ପ୍ରଦାନ କରିଥିବା ପୂର୍ତ୍ତ ବିଭାଗ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟରଙ୍କ ନେତୃତ୍ୱରେ ଆଜି ତିନି ରଥ ଯାଞ୍ଚ କରାଯାଇଛି। ବୈଷୟିକ ଟିମ୍‌ ଦ୍ୱାରା ଏହି ଯାଞ୍ଚ ହୋଇଛି। ପୂର୍ତ୍ତ ବିଭାଗର ସ୍ୱତନ୍ତ୍ର ଟିମ୍‌ ଦ୍ୱାରା ତିନି ରଥର ଯାଞ୍ଚ ସମୟରେ ତାଳଧ୍ୱଜ ରଥର ପଡି ନାହାକା ଚକରେ ଫାଟ ଓ ଦେବୀ ଦଳନ ରଥର ବଡଉଛଳା ଚକରେ ଫାଟ ଥିବା ଜଣାପଡିଛି।

ସେହିପରି ରଥର ସମସ୍ତ ଚକ, ଅଖ, ପହିକୁ ଯାଞ୍ଚ କରାଯାଇଛି। ଆବଶ୍ୟକ ଥିବା ଛୋଟ ବଡ଼ ମରାମତି ଆସନ୍ତା କାଲି ଭୋଇ ଓ ମହାରଣା ସେବକଙ୍କ ଉପସ୍ଥିତିରେ କରାଯିବ ବୋଲି ଜଣାଯାଇଛି। ଅନ୍ୟପଟେ ଆଜି ମହାପ୍ରଭୁଙ୍କୁ ଭକ୍ତମାନେ ଆଡ଼ପ ମଣ୍ଡପରେ ସୁରୁଖୁରୁରେ ଦର୍ଶନ କରୁଛନ୍ତି। ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ।

nis-ad
Leave A Reply

Your email address will not be published.