୩ ବର୍ଷ ପରେ ଜଗାର ହେବ ଖପୁରୀ ପ୍ରତିରୋପଣ

ବହୁ ଚର୍ଚ୍ଚିତ ଯୋଡା ମୁଣ୍ଡ ଶିଶୁ, ଜଗାର ଖପୁରୀ ପ୍ରତିରୋପଣ ଆଉ ୩ ବର୍ଷ ପରେ ହେବ । ଏନେଇ ଦିଲ୍ଲୀ ଏମ୍‌ସ ଡାକ୍ତର ସ୍ପଷ୍ଟ କରିଛନ୍ତି । ଜଗାର ଅବସ୍ଥା ପୂର୍ବ ପରି ସ୍ଥିର ରହିଛି । ସେ ସ୍ବାଭାବିକ ଭାବେ ଚଲାବୁଲା କରିବା ସହ ଜୀବନ ନିର୍ବାହ କରୁଛି । ତା’ର ସ୍ବାସ୍ଥ୍ୟ ଅବସ୍ଥା ଭଲ ରହିଛି ବୋଲି ନିୟମିତ ଭାବେ ସ୍ବାସ୍ଥ୍ୟ ଯାଞ୍ଚ କରୁଥିବା ଦିଲ୍ଲୀ ଏମ୍‌ସର ନ୍ୟୁରୋ ସର୍ଜରୀ ବିଭାଗ ଡାକ୍ତର ଦୀପକ ଗୁପ୍ତା ପ୍ରକାଶ କରିଛନ୍ତି । ଗତ ୧୬ ତାରିଖରେ କଟକ ବଡ ମେଡିକାଲରେ ଜଗାର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସେଠାକୁ ଡାକ୍ତର ଗୁପ୍ତା ଆସି ପରୀକ୍ଷା ନୀରିକ୍ଷା କରିଥିଲେ । ଚେକ୍‌ଅପ ବେଳେ ଜଗା ସମ୍ପୂର୍ଣ୍ଣ ସୁସ୍ଥ ଥିଲା । ବିଶେଷ କରି ତାର ଖପୁରୀ ପ୍ରତିରୋପଣ ପାଇଁ ଡାକ୍ତରୀ ଟିମ ମଧ୍ୟରେ ଆଲୋଚନା ହୋଇଥିଲା । ପରିସ୍ଥିତିକୁ ଅନୁଧ୍ୟାନ କରି ଆସନ୍ତା ୩ ବର୍ଷ ମଧ୍ୟରେ ଖପୁରୀ ପ୍ରତିରୋପଣ କରିବାକୁ ନିଷ୍ପତି ନିଆଯାଇଥିଲା ।

ଏନେଇ ଜଗାର ବାପା ଭୂୟାଁ କହଁର ଖୁସି ବ୍ୟକ୍ତ କରିଛନ୍ତି । ପୁଅ ଶୀଘ୍ର ଭଲ ହୋଇ ଘରକୁ ଫେରିବ । ଆମେ ଦୀର୍ଘ ୫ ବଷରୁ ଉର୍ଦ୍ଧ୍ବ ସମୟ ହେଲାଣି ଘରକୁ ଯାଇ ପାରୁନୁ । ଜଗାର ଖପୁରୀ ପ୍ରତିରୋପଣ ହେଲା ପରେ ସେ ସମ୍ପୂର୍ଣ୍ଣ ଭାବେ ସ୍ବାଭାବିକ ଜୀବନ ବଞ୍ଚିବ । ଏହାଠାରୁ ଅଧିକ ଖୁସି ଆମ ପାଇଁ କିଛି ନାହିଁ ବୋଲି ଭୂୟାଁ କହଁର କହିଛନ୍ତି ।

nis-ad
Leave A Reply

Your email address will not be published.