ଏମଏଲଏ କ୍ୱାର୍ଟର ପାଇଁ ଖର୍ଚ୍ଚ ହେବ ୫୪୯ କୋଟି ୪୨ ଲକ୍ଷ ଟଙ୍କା

ଭୁବନେଶ୍ୱର: ଭୁବନେଶ୍ୱରରେ ନୂଆ ଏମଏଲଏ କ୍ୱାର୍ଟର ପାଇଁ ୮୨ଟି ପୁରୁଣା କ୍ୱାଟର ଏବେ ସୁଦ୍ଧା ଭଙ୍ଗା ଯାଇଛି । ଆଉ ସେହି ସ୍ଥାନରେ ୩୦୦ଟି ସରକାରୀ ବାସଗୃହ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି । ପୁରୁଣା କ୍ୱାଟରର ଆଜବେଷ୍ଟ. କବାଟ, ଝରକା, ଇଟା, ଲୁହା ପାଇପଗୁଡିକ ୨୨ ଲକ୍ଷ ୨୪ ହଜାର ଟଙ୍କାରେ ନିଲାମ କରାଯାଇଛି ।

ନୂତନ ଭାବେ ତିଆରି ହେବାକୁ ଥିବା ମୋଟ ୩୦୦ଟି ସରକାରୀ ବାସଗୃହ ପାଇଁ ମୋଟ ୫୪୯ କୋଟି ୪୨ ଲକ୍ଷ ଟଙ୍କା ଅନୁମୋଦନ ମିଳିଛି । ଏହାକୁ ପୂର୍ତ୍ତ ବିଭାଗ ଅଧିନସ୍ଥ ଓଡିଶା ସେତୁ ଓ ନିର୍ମାଣ ନିଗମ ଲିମିଟେଡକୁ ନ୍ୟସ୍ତ କରାଯାଇଛି । ବିଧାନସଭାବେ ବିଜେପି ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ପ୍ରଶ୍ନର ଉତ୍ତର ଦେଇ ଏହି ତ୍ୟ ଦେଇଥିଲେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ।

ବିଜେପି ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ କହିଥିଲେ କି, ରାଜଧାନୀରେ ନୂତନ ଭାବେ ଏମଏଲଏ କ୍ୱାର୍ଟର ହେବା ପାଇଁ ବିଧାନସଭା ନିକଟରେ କେତେ ସରକାରୀ ବାସଭବନ ଭଙ୍ଗାଗଲା? ସେହି ସ୍ଥାନରେ କେତୋଟି ଘର କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି? ଘର ଭଙ୍ଗା ହେବା ପାଇଁ ସରକାର କେତେ ଟଙ୍କା ବ୍ୟୟ ବରାଦ କରିଛନ୍ତି? କେଉଁ କମ୍ପାନୀଙ୍କୁ ଟେଷ୍ଟର ଦିଆଯାଇଛି? ଏହି ସବୁ ପ୍ରଶ୍ନ ପରେ ଗୃହରେ ତଥ୍ୟ ଦେଇଥିଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ।

nis-ad
Leave A Reply

Your email address will not be published.