ତୀବ୍ର ହେଲା ଓଏସଏସଏସସିକୁ ବିରୋଧ: ରାସ୍ତାକୁ ଓହ୍ଲାଇଲେ ପରୀକ୍ଷାର୍ଥୀ

ଭୁବନେଶ୍ବର: ଓଏସଏସଏସସିକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ହଜାର ହଜାର ପରୀକ୍ଷାର୍ଥୀ । ଓଏସଏସଏସସି ପରୀକ୍ଷା ବିଭ୍ରାଟକୁ ନେଇ ଭୁବନେଶ୍ବର ଲୋୟର ପିଏମ୍‌ଜିରେ  ଗର୍ଜିଲେ । ଆରଆଇ, ଏଆରଆଇ, ଅମିନ, ଆଇସିଡିସି ଭଳି ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ କରି ପରୀକ୍ଷା ବାତିଲ ଦାବିରେ କମ୍ପିଲା ଭୁବନେଶ୍ବର ଲୋୟର ପିଏମଜି ।

ତେବେ ଏକାଧିକ ପରୀକ୍ଷାରେ ଗୁରୁତର ତ୍ରୁଟି ଅଭିଯୋଗ କରିବା ସହିତ ଟଙ୍କା ନେଇ ଚାକିରି କାରବାର ଅଭିଯୋଗ କରିଛନ୍ତି ପରୀକ୍ଷାର୍ଥୀ । ଏଥିସହିତ ବିଭ୍ରାଟରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ହଜାର ହଜାର ପରୀକ୍ଷାର୍ଥୀ ।

ତେବେ ଏହି ଅକ୍ଟୋବର ଆରମ୍ଭରେ ଓଏସଏସଏସସି ଅଧିନରେ ଥିବା ବିଭିନ୍ନ ବିଭାଗର ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ କରିଥିଲେ ପରୀକ୍ଷାର୍ଥୀ । କିଛି କିଛି ସ୍ଥାନରେ ଇଣ୍ଟରନେଟ କାମ କରୁନଥିବାରୁ ଅନେକ ପରୀକ୍ଷାର୍ଥୀ ପରୀକ୍ଷା ଦେଇପାରିନଥିଲେ । ଯାହାକୁ ନେଇ ପରୀକ୍ଷାର୍ଥୀ ଦୃଢ ଅସନ୍ତୋଷ ପ୍ରକାଶ କରିଥିଲେ । ଶିକ୍ଷା ମନ୍ତ୍ରୀଙ୍କ ଘର ଘେରାଉ କରିବା ସହ କଟକରେ ବଡ ରାଲି କରି ଜିଲ୍ଲାପାଳଙ୍କୁ ମଧ୍ୟ ଭେଟିଥିଲେ । ଯାହାକୁ ନେଇ ରାଜସ୍ବ ମନ୍ତ୍ରୀ ଏନେଇ ତଦନ୍ତ ହେବ ବୋଲି ମଧ୍ୟ କହିଥିଲେ । ଯାହା ପରେ ପରୀକ୍ଷାର୍ଥୀ ୬ ତାରିଖ ସଂଧ୍ୟା ସୁଦ୍ଧା ନିଷ୍ପତ୍ତି ନେବାକୁ ଦାବି କରିଥିଲା । ଗତକାଲି ସୁଦ୍ଧା ସରକାର କିଛି ନିଷ୍ପତ୍ତି ନନେବାରୁ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ପରୀକ୍ଷାର୍ଥୀ । ଏଥିସହିତ ଦିନ ୧ଟାରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବେ ବୋଲି ଚେତାବନୀ ବି ଦେଇଛନ୍ତି ।

nis-ad
Leave A Reply

Your email address will not be published.