ମିଷ୍ଟଭାଷୀ ପରୋପକାରୀ ଶିକ୍ଷକଙ୍କ ଅକାଳ ବିୟୋଗ


ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର ସଦର କୋଦଭାଟାର ବାସିନ୍ଦା ଶିକ୍ଷକ ବିଦ୍ୟୁତ ମଣ୍ଡଳଙ୍କର ପରଲୋକ ହୋଇଯାଇଛି | ବିଦ୍ୟୁତ ମଣ୍ଡଳ ୧୯୮୮ ମସିହାରେ ମାଲକାନଗିରିରୁ ଶିକ୍ଷକତାରେ ଯୋଗଦାନ କରି ତାଙ୍କର ଜୀବନ ଆରମ୍ଭ କରିଥିଲେ | ଏହି ୩୪ ବର୍ଷ ଭିତରେ ସେ ରାଇଘର ବ୍ଲକର ଗୋନା ପଞ୍ଚାୟତ ଦୀର୍ଘ ବର୍ଷ ଶିକ୍ଷା ଦାନ କରି ଏହି ବର୍ଷ ପୋଣ୍ଡ୍ରିପଖନା ସ୍କୁଲରେ ଟ୍ରାନ୍ସଫର ହେଇଥିଲେ | ହଠାତ ତାଙ୍କୁ ଅସୁସ୍ଥତା ଅନୁଭବ ହେଉଥିବାରୁ ଜନାଲ ସ୍ୱାସ୍ଥ୍ୟକେନ୍ଦ୍ର ଉମରକୋଟ ନେଇଥିଲେ ସେଠି ସ୍ୱାସ୍ଥର ଉନ୍ନତି ନ ହେବାରୁ ବିଶାକାପାଟଣା ସେଭେନହିଲ ସ୍ୱାସ୍ଥ୍ୟକେନ୍ଦ୍ରରେ ନେଇଥିଲେ | ସେଠି ୧୫ ଦିନ ଚିକିତ୍ସା ହେବାପରେ ମଧ୍ୟ କୌଣସି ପ୍ରକାର ସ୍ୱାସ୍ଥ୍ୟର ଉନ୍ନତି ହେଲା ନାହିଁ, ବନ୍ଧୁ ବାନ୍ଧବ ସମସ୍ତଙ୍କ ପଛରେ ରଖି ସବୁଦିନ ପାଇଁ ଆର ପାରକୁ ଚାଲି ଗଲେ | ତାଙ୍କର ଏହି ଅକାଳ ବିୟୋଗରେ ପରିବାର ଵର୍ଗ ସହିତ କୋଦଭାଟା ଓ ଶିକ୍ଷ୍ୟା ସଂଗଠନ ରାଇଘର ଶୋକ ବ୍ୟକ୍ତ କରିଛନ୍ତି l ବିଦୂତ ମଣ୍ଡଳ ଜଣେ ମିଷ୍ଟ ଭାଷୀ ଓ ପର ଉପକାରୀ ହୋଇ ସମସ୍ତଙ୍କ ସାଙ୍ଗରେ କାନ୍ଧରେ କାନ୍ଧ ଓ ହାତରେ ହାତ ମିଳାଇ ଚାଲୁଥିଲେ l ତାଙ୍କର ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି |

nis-ad
Leave A Reply

Your email address will not be published.