ସଶକ୍ତ ପଞ୍ଚାୟତିରାଜ ଲାଗି ଆବାସିକ ତାଲିମ କାର୍ଯ୍ୟକ୍ରମ

ମାଲକାନଗିରି (୦୪/୭) : ସଶକ୍ତ ପଞ୍ଚାୟତିରାଜ ଲାଗି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ/ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ଆଜି ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଠାରେ ମାଲକାନଗିରି ଜିଲ୍ଲାର ପ୍ରଥମ ପର୍ଯ୍ୟାୟରେ 04.07.2022 ତାରିଖ ଠାରୁ 08. 07.2022 ପର୍ଯ୍ୟନ୍ତ ସରପଞ୍ଚମାନଙ୍କୁ ନେଇ ଅନୁଷ୍ଠିତ ହେବାକୁ ଥିବା ଆବାସିକ ତାଲିମ କାର୍ଯ୍ୟକ୍ରମରେ ଚାରିଗୋଟି ବ୍ଲକ୍ ଯଥା ପଡିଆ, ଚିତ୍ରକୋଣ୍ଡା, ମାଲକାନଗିରି ଏବଂ ଖଇରପୁଟ ଅଞ୍ଚଳ ର ସମସ୍ତ ସରପଞ୍ଚମାନଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଯେଉଁଥିରେ ମୁଖ୍ୟତ ସରକାରଙ୍କ ସମସ୍ତ ବିଭାଗର ସମସ୍ତ ପ୍ରକାର ର ଯୋଜନା ର ସହାୟତା ସାଧାରଣ ରୁ ଅତିସାଧାରଣ ଜନତା ଙ୍କ ପାଖରେ କିପରି ପହଁଚି ପାରିବ ତା ସହିତ ଏକ ସୁଦୃଢ଼ ପଞ୍ଚାୟତ ଗଠନ ହୋଇପାରିବ, ଏହି ଉଦ୍ଧେଶ୍ୟରେ ସମସ୍ତ ସରପଞ୍ଚ ଙ୍କୁ ଅବଗତି କରିବା ନିମନ୍ତେ ଏହି କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଛି।

ଏହି ଅବସରରେ କାର୍ଯ୍ୟକ୍ରମ ର ଅତିଥି କ୍ରମେ ମାଲକାନଗିରି ଜିଲ୍ଲା ପରିଷଦ ର ଅଧ୍ୟକ୍ଷା ଶ୍ରୀମତୀ ସମାରି ତାଙ୍ଗୁଲ୍ ଏବଂ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ର ମୁଖ୍ୟ ପ୍ରକଳ୍ପ ଅଧିକାରୀ ଶ୍ରୀ ବାଳମୁକୁନ୍ଦ ଭୂୟାଁ ଙ୍କ ସମେତ ସହଯୋଗୀ ପ୍ରକଳ୍ପ ଅଧିକାରୀ ଟ୍ରେନିଂ ଶ୍ରୀ ହିମାଂଶୁ ମହାରଣା ଙ୍କ ସହିତ ତାଲିମ ଦାତା ଶ୍ରୀ ସୁନାକର ପାଲ ଓ ଶ୍ରୀ ଅଶୋକ କୁମାର ପଟନାୟକ ଏବଂ ସମସ୍ତ ସରପଞ୍ଚ ଙ୍କ ଉପସ୍ଥିତି ରେ ଶୁଭ ଉଦ୍ଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ତୁଲାଇ ସଫଳତାର ଶୀର୍ଷ ରେ ପହଞ୍ଚାଇବା ପାଈଁ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ଏବଂ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ର ସମସ୍ତ କର୍ମକର୍ତ୍ତା ସହଯୋଗ ପ୍ରଦାନ କରିଥିଲେ।

nis-ad
Leave A Reply

Your email address will not be published.