୬ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ପଞ୍ଚାୟତ ପିଇଓ

ବ୍ରହ୍ମପୁର: ଲାଞ୍ଚ ନେଇ ଧରାପଡିଲେ ପଞ୍ଚାୟତ ପିଇଓ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ୍ ତୁତୁବୁଡି ପଞ୍ଚାୟତ ପିଇଓ ରାଜେନ୍ଦ୍ର କୁମାର ବେହେରା । ୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ ।

ଖବର ଅନୁଯାୟୀ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଘର ବାବଦର ଶେଷ ପର୍ଯ୍ୟାୟର ୩୦ ହଜାର ଟଙ୍କା ରିଲିଜ୍ କରିବାକୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ ।

ଏକକାଳୀନ କେ ନୂଆଗାଁ ଥାନା ଅନ୍ତର୍ଗତ ବନମାଳି ଏବଂ ବ୍ରହ୍ମପୁର ଲକ୍ଷ୍ମୀବିହାର ପ୍ରଥମ ଲାଇନ୍ ଭଡା ଘର ଦୁଇଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ଏନେଇ ସୂଚନା ଦେଲେ ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପି ।

nis-ad
Leave A Reply

Your email address will not be published.