ଜାତୀୟ ରାଜପଥ ୨୦ ପାର୍ଶ୍ବରେ ଥିବା ଏସବିଆଇ ଏଟିଏମରୁ ଲୁଟ୍ 

ଆନନ୍ଦପୁର: କେନ୍ଦୁଝର ଘଷିପୁରା ଥାନା ଧକୋଠା ଜାତୀୟ ରାଜପଥ ୨୦ ପାର୍ଶ୍ବରେ ଥିବା ଏସବିଆଇ ଏଟିଏମରୁ ଲୁଟ୍ । ବୁଧବାର ବିଳମ୍ବିତ ରାତିରେ କିଛି ଦୃର୍ବୃତ୍ତ ଏଟିଏମ୍ ଥିବା ବ୍ଲିଡିଂର ଲାଇନ୍ କାଟିବା ପରେ ଗ୍ୟାସ୍ କଟର ସାହାଯ୍ୟରେ ସଟର କାଟିବା ସହ ଏଟିଏମକୁ ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି ।

ତେବେ ଏଟିଏମରୁ କେତେ ଟଙ୍କା ଲୁଟ୍ ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ଗୁରୁବାର ସକାଳୁ ଭଡା ଘରେ ଚାଲିଥିବା ଏହି ଏଟିଏମର ସଟର ଭଙ୍ଗାରୁଜା ହେବା ସହ ଟଙ୍କା ଟ୍ରେ ସବୁ ରାସ୍ତା ଆରପଟେ ପଡିଥିବା ଦେଖି ସ୍ଥାନୀୟ ଜଣେ ଦୋକାନୀ ଘର ମାଲିକଙ୍କୁ ଖବର ଦେଇଥିଲେ । ପରେ ଘର ମାଲିକ ନିରଂଜନ ସାହୁ ପୋଲିସକୁ ଖବର ଦେବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଲୁଟେରାଙ୍କ ସମ୍ପର୍କରେ କୌଣସି ସନ୍ଧାନ ପାଇପାରି ନାହିଁ । ମାସକ ତଳେ ଏହି ଏଟିଏମରୁ ବ୍ୟାଟେରୀ ଚୋରୀ ହୋଇଥିଲ । ମାସକ ପରେ ଗତ ରାତିରେ ଟଙ୍କା ଲୁଟ୍ କରିବା ଘଟଣା ପୋଲିସ ପାଇଁ ଖୋଲା ଚ୍ୟାଲେଞ୍ଜ ହୋଇଛି ।

nis-ad
Leave A Reply

Your email address will not be published.